ଲକ୍ଷ୍ମୌ : ଦୁଷ୍କର୍ମ ପରେ ହତ୍ୟା ଧମକ । ଏଭଳି ଅଭିଯୋଗ ଆସିଛି ଉତ୍ତର ପ୍ରଦେଶର ସନଝାକ ଗାଁରୁ । ଏନେଇ ସାହାପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଜଣେ ଯୁବତୀ ଘରେ ଏକା ଥିବା ବେଳେ, ଜଣେ ପଡୋଶୀ ଘରର ଯୁବକ ତାଙ୍କ ଘରକୁ ଆସି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଗତ ମାସେ ତଳେ ଏହି ଘଟଣା ଘଟିଥିବା ବେଳେ, ଯୁବତୀ ଜଣକ ଭୟରେ ଏ କଥା କାହାରିକୁ ଜଣାଇ ନଥିଲେ । ପରେ ଏନେଇ ପୀଡିତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଜଣକ ଫେରାର ଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ