ଭୋପାଳ: 56 ହଜାର ସ୍କୁଟିରୁ 42 ହଜାର ଟଙ୍କାର ଫାଇନ ଆଦାୟ କରିଛି ଟ୍ରାଫିକ ପୋଲିସ । ନୂଆ ମୋଟର ଯାନ ଆଇନରେ ଏଭଳି ତଣ୍ଡ ଗଣିଛନ୍ତି ଜଣେ 15 ବର୍ଷୀୟ ନାବାଳକଙ୍କ ପରିବାର । ମଧ୍ୟପ୍ରଦେଶର ଭୋପାଳରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ନୂଆ ମୋଟର ଯାନ ଆଇନକୁ ଅବମାନନା କରିବା ଅଭିଯୋଗରେ ଏଭଳି ହରଡଘଣାରେ ପଡିଛନ୍ତି ନାବାଳକଙ୍କ ପରିବାର । ସୂଚନା ଅନୁଯାୟୀ, ନାବାଳକ ଜଣକ ମଙ୍ଗଳବାର ଘରେ କେହି ନଥିବାରୁ ସ୍କୁଟି ନେଇ ଚାଲି ଆସିଥିଲେ । ରାସ୍ତାରେ ସେ ଟ୍ରାଫିକ ପୋଲିସ ହାବୁଡରେ ପଡିଥିଲେ । ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ଟ୍ରାଫିକ ପୋଲିସ ତାଙ୍କ ଉପରେ ପକାଇଛି ମୋଟା ଅଙ୍କର ଫାଇନ । ଏବେ ପରିବାର ଲୋକେ ଏତେ ପରିମାଣରେ ଟଙ୍କା ଆଣି କେଉଁଠି ଜୋରିଆନା ଭରିବେ ବୋଲି ପ୍ରଶ୍ନ କରିଛନ୍ତି ।
ନୂଆ ମୋଟର ଯାନ ଆଇନକୁ ନେଇ ସାରା ଦେଶରେ ଏକ ପ୍ରକାର କୋକୁଆ ଭୟ । କେତେକ ରାଜ୍ୟକୁ ଛାଡି ଦେଲେ ବାକି ସବୁ ରାଜ୍ୟରେ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ ।