ETV Bharat / bharat

ଲକଡାଉନ ନିୟମ ଉଲ୍ଲଂଘନ; ଗୋଟିଏ ଦିନରେ 93ଟି ମାମଲା ରୁଜୁ, 274 ଗିରଫ - କୋରୋନା ଭାଇରସ

ଲକଡାଉନ ନିୟମ ଖିଲାପକାରୀଙ୍କ ବିରୋଧରେ 93ଟି ମାମଲା ପଞ୍ଜୀକୃତ କରିବା ସହ 274 ଜଣଙ୍କୁ ଗିରଫ କରିଛି ଉତ୍ତରାଖଣ୍ଡ ପୋଲିସ । ଅଧିକ ପଢନ୍ତୁ...

93 cases registered & 274 people arrested in Uttarakhand for violation of Corona Lockdown
ଲକଡାଉନ ନିୟମ ଉଲ୍ଲଂଘନ; ଗୋଟିଏ ଦିନରେ 93ଟି ମାମଲା ରୁଜୁ, 274 ଗିରଫ
author img

By

Published : Apr 12, 2020, 5:28 PM IST

ଡେରାଡୁନ: କୋରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସାରା ବିଶ୍ବ ତ୍ରାହି ତ୍ରାହି ଡାକୁଥିବା ବେଳେ କେତେକ ଅମାନିଆ ଲକଡାଉନ ନିୟମକୁ ଉଲ୍ଲଂଘନ କରୁଛନ୍ତି । ଏମାନେ ନିଜ ସହ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦ ଆଡକୁ ଠେଲି ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ଏମିତି କିଛି ନିୟମ ଖିଲାପକାରୀଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି ଉତ୍ତରାଖଣ୍ଡ ପୋଲିସ । ଲକଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜ୍ୟରେ ଗୋଟିଏ ଦିନରେ 93ଟି ମାମଲା ପଞ୍ଜୀକୃତ କରିବା ସହ 274 ଜଣଙ୍କୁ ଗିରଫ କରାଯାଇଛି ।

ଏଯାବତ୍‌ ରାଜ୍ୟରେ 1401ଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ଦେଶବ୍ୟାପି ତାଲାବନ୍ଦ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ 5539 ଜଣଙ୍କୁ ଗିରଫ କରାଯାଇଛି । ସେହିପରି ମୋଟରଯାନ ଅଧିନିୟମ ଅନୁଯାୟୀ 15,541ଟି ଗାଡି ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ସହ 4030ଟି ଗାଡି ଜବତ ହୋଇଛି । ତେବେ ଜୋରିମାନା ଆକାରରେ 73.22ଲକ୍ଷ ଟଙ୍କା ସଂଗ୍ରହ କରାଯାଇଥିବା ନେଇ ରବିବାର ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.