ହାଇଦ୍ରାବାଦ: ଦେଶରେ ଆର୍ଥିକ ମାନ୍ଦାବସ୍ଥା ଜାରି ରହିଥିବା ବେଳେ ଏହାର ପ୍ରଭାବ ଟେଲିକମ କମ୍ପାନୀ ଉପରେ ବି ପଡିଛି । ଯାହା ଫଳରେ ମହଙ୍ଗା ହେବାରେ ଲାଗିଛି କଲ ଓ ଇଣ୍ଟରନେଟ ଫି । ସେପଟେ ପ୍ରତିଷ୍ଠିତ ବିଏସଏନଏଲ ଓ ଏମଟିଏନଏଲ କମ୍ପାନୀର ସ୍ବଚ୍ଛ ସେବାନିବୃତ୍ତି ଯୋଜନା ମଙ୍ଗଳବାର ବନ୍ଦ ହୋଇସାରିଛି। ଅଧିକାରୀଙ୍କ କହିବା ଅନୁସାରେ, ଏହି ଦୁଇଟି ଟେଲିକମ କମ୍ପାନୀର ପାଖାପାଖି 92 ହଜାର 700 କର୍ମଚାରୀ ସ୍ବେଚ୍ଛାକୃତ ଅବସର ନେବାକୁ ଆବେଦନ କରିଛନ୍ତି । ସେଥିମଧ୍ୟରୁ ବିଏସଏନଏଲର 78 ହଜାର 300 ଓ ଏମଟିଏନଏଲର 14 ହଜାର 378 କର୍ମଚାରୀ ରହିଛନ୍ତି ।
ବିଏସଏନଏଲର ଚେୟାରମ୍ୟାନ ତଥା ପ୍ରବନ୍ଧ ନିର୍ଦ୍ଦେଶକ ପି.କେ ପୁରୱାର କହିଛନ୍ତି ଯେ, ଯୋଜନା ବନ୍ଦ ହେବା ଯାଏଁ ପ୍ରତି ବିଭାଗରୁ ପାଖାପାଖି 78 ହଜାର 300 କର୍ମଚାରୀ ସ୍ବେଚ୍ଛାକୃତ ଅବସର ନେବାକୁ ଆବେଦନ କରିଛନ୍ତି । ଏହା ଆମ ଲକ୍ଷ୍ୟର ଅନୂରୁପ ଦୃଶ୍ୟ ବୋଲି ସେ କହିଛନ୍ତି । କିନ୍ତୁ 82 ହଜାର କର୍ମଚାରୀ କମ୍ପାନୀ ଛାଡିବା ନେଇ ଆମେ ଆଶା କରୁଥିଲୁ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଏମଟିଏନଏଲର ମଧ୍ୟ ସମାନ ଅବସ୍ଥା । ଏହାର ଚେୟାରମ୍ୟାନ କହିଛନ୍ତି ଯେ, କମ୍ପାନୀର ପ୍ରାୟ 14 ହଜାର 378 କର୍ମଚାରୀ ଭିଆରଏସ ପାଇଁ ଆବେଦନ କରୁଛନ୍ତି ଯେଉଁଠି ଆମର ଆକଳନ ଥିଲା 13 ହଜାର 650 । ଏହି କାରଣରୁ ଆମର ବାର୍ଷିକ ଆର୍ଥିକ ଆୟ 2.272 କୋଟିରୁ ଖସି 500କୋଟି ଯାଏଁ ହ୍ରାସ ହେବ ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଏହି ଦୁଇଟି ଟେଲିକମ କମ୍ପାନୀର ମିଶ୍ରଣ ନେଇ ଘୋଷଣା ସରିଥିବା ବେଳେ ଏହାକୁ ନେଇ ଏବେ ଧରପଗଡ ଜାରି ରହିଛି ।