ETV Bharat / bharat

ଜେଲରେ ପଶିଲା କୋରୋନା, 90 ଅନ୍ତେବାସୀ ପଜିଟିଭ୍‌

author img

By

Published : Aug 17, 2020, 11:54 AM IST

90 ଅନ୍ତେବାସୀ କୋରୋନା ପଜିଟିଭ । ସଂକ୍ରମିତଙ୍କୁ ରଖାଗଲା କ୍ବାରେଣ୍ଟାଇନ କେନ୍ଦ୍ରରେ । ଏକ ଡାକ୍ତରୀ ଟିମ କରୁଛନ୍ତି ନିୟମିତ ଚିକିତ୍ସା । ଅଧିକ ପଢନ୍ତୁ...

90 inmates of UP shelter home test positive
90 ଅନ୍ତେବାସୀ କୋରୋନା ପଜିଟିଭ

ଲକ୍ଷ୍ମୌ: 90 ଅନ୍ତେବାସୀ କୋରୋନା ପଜିଟିଭ । ଏନେଇ ମହିଳା କଲ୍ୟାଣ ବିଭାଗର ଡେପୁଟି ଡାଇରେକ୍ଟର ନୀତି ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ଗତ ଦୁଇ ଦିନ ମଧ୍ୟରେ ଉତ୍ତର ପ୍ରଦେଶର ବରେଲୀ ସହରରେ ଥିବା ନାରୀ ନିକେତନରେ 90 ଜଣ ଅନ୍ତେବାସୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କୁ କ୍ବାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଛି । ତେବେ, ନାରୀ ନିକେତନର ଜଣେ କର୍ମଚାରୀ କୋରୋନାରେ ସଂକ୍ରମିତ ହୋଇଥିଲେ । ପରେ ସେଲଟର ହୋମରେ ଥିବା 200 ଜଣ ଅନ୍ତେବାସୀଙ୍କର କୋରୋନା ପରୀକ୍ଷା କରିଥିଲେ । ଯେଉଁଥିରୁ 90 ଅନ୍ତେବାସୀ ପଜିଟିଭି ଚିହ୍ନଟ ହୋଇଥିଲେ ।

ତେବେ ଏକ ଡାକ୍ତରୀ ଟିମ ଆସି ସଂକ୍ରମିତ ହୋଇଥିବା ମହିଳାମାନଙ୍କୁ ନିୟମିତ ଭାବେ ଚିକିତ୍ସା କରିବା ସହ ମେଡିସିନ ପ୍ରଦାନ କରୁଛନ୍ତି । ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅଶୋକ କୁମାର କହିଛନ୍ତି ଯେ ,ସେ ଆଶ୍ରୟ ଗୃହକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯାଇଛି । ଆକ୍ରାନ୍ତଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯିବ ନାହିଁ । ଜରୁରୀ କାଳୀନ ସେବା ଉପଲବ୍ଧ ଥିବା ସେ କହିଛନ୍ତି ।

@ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.