ETV Bharat / bharat

ଖ୍ରୀଷ୍ଟଚର୍ଚ୍ଚ ଗୁଳିକାଣ୍ଡ; ୯ ପ୍ରବାସୀ ଭାରତୀୟ ନିଖୋଜ

ନ୍ୟୁଜିଲାଣ୍ଡ ନରସଂହାରରେ ୯ ଜଣ ପ୍ରବାସୀ ଭାରତୀୟ ନିଖୋଜ ହୋଇଥିବା ସୂଚନା ମିଳିଛି। ତେବେ ନ୍ୟୁଜିଲ୍ୟାଣ୍ଡରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୀବ କୋହଲି ଟୁଇଟ୍ କରି ଏହି ବିଷୟରେ ସୂଚନା ଦେଇଛନ୍ତି। ତେବେ ବିଭନ୍ନ ସୂତ୍ରରୁ ଏହି 9 ଭାରତୀୟଙ୍କ ନିଖୋଜ ବିଷୟରେ ପ୍ରକାଶ ପାଇଥିବା ବେଳେ ସରକାରୀ ସୂତ୍ରରୁ ଏବେ ଯାଏ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

author img

By

Published : Mar 16, 2019, 3:30 PM IST

ସୋସିଆଲ ମିଡିଆ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ନରସଂହାରରେ ୯ ଜଣ ପ୍ରବାସୀ ଭାରତୀୟ ନିଖୋଜ ହୋଇଥିବା ସୂଚନା ମିଳିଛି । ତେବେ ନ୍ୟୁଜିଲ୍ୟାଣ୍ଡରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୀବ କୋହଲି ଟୁଇଟ୍ କରି ଏହି ବିଷୟରେ ସୂଚନା ଦେଇଛନ୍ତି। ତେବେ ବିଭନ୍ନ ସୂତ୍ରରୁ ଏହି 9 ଭାରତୀୟଙ୍କ ନିଖୋଜ ବିଷୟରେ ପ୍ରକାଶ ପାଇଥିବା ବେଳେ ସରକାରୀ ସୂତ୍ରରୁ ଏବେ ଯାଏ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ତେବେ ଏହି ଆକ୍ରମଣ ଘଟଣାର ମାଷ୍ଟ୍ରରମାଇଣ୍ଡ ବିଷୟରେ ସୂଚନା ମିଳିବା ସହ ସେ ଜଣେ ଅଷ୍ଟ୍ରେଲିଆର ନାଗରିକ। ବୟସ 28 ବର୍ଷ ଓ ନାମ ବ୍ରେଣ୍ଟନ ଟ୍ୟାରେଣ୍ଟ। ବ୍ୟକ୍ତି ଜଣକ ବହୁ ପରିମାଣରେ ଦକ୍ଷିଣପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ।

ଖ୍ରୀଷ୍ଟଚର୍ଚ୍ଚର ମସଜିଦର ଏହି ଗୁଳିକାଣ୍ଡରେ 49 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 48 ଜଣ ଆହତ ହୋଇଛନ୍ତି। ଏହି ଲୋମହର୍ଷଣକାରୀ ନରସଂହାରରେ ଅନେକ ଲୋକ ଆହତ ହୋଇଥିବା ପୋଲିସ ସୂଚନା ଦେଇଛି। ଏହାସହ ଗୁଳିକାଣ୍ଡରେସମ୍ପୃକ୍ତ 4 ଜଣଙ୍କୁ ପୋଲିସ ନିଜର ହେପାଜତ ମଧ୍ୟକୁ ନେଇଛି।

ଖବର ଅନୁଯାୟୀ, ଶୁକ୍ରବାର ଅପରାହ୍ନ ପ୍ରାର୍ଥନା ସମୟରେ ଜଣେ ଅଜ୍ଞାତ ଲୋକ ମସଜିଦ ମଧ୍ୟକୁ ପ୍ରବେଶ କରି ଏପରି ଅନବରତ ଗୁଳିବର୍ଷଣ କରିଥିଲା। ଏହି ସମୟରେ ସେଠାରେ ଶତାଧିକ ଲୋକ ନମାଜ ପଢୁଥିବାବେଳେ ହଠାତ ଆକ୍ରମଣ ହେବାରୁ ବାହାରି ପାରିନଥିଲେ। ଯାହାଫଳରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଘଟଣା ପରେ ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ଏକ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି। ଏହାକୁ ନ୍ୟୁଜିଲାଣ୍ଡର ହାଇକମିଶନର ସଞ୍ଜୀବ କୋହଲିଙ୍କୁ ଟ୍ୟାଗ କରିଛନ୍ତି। ଏହି ନମ୍ବର ଦ୍ୱାରା ଯେଉଁ ଭାରତୀୟ କୌଣସି ସାହାର୍ଯ୍ୟ ଚାହୁଁଥିଲେ ଯୋଗାଯୋଗ କରିପାରିବେ। ହେଲ୍ପଲାଇନ ନମ୍ବରଟି ହେଲା 021803899 ଓ 021850033।

ମିଳିଥିବା ସୂଚନା ଅନୁସାରେ, ହାଇଦ୍ରାବାଦ ଖୁର୍ଷିବାଦର ଜଣେ ବ୍ୟକ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ଅହମ୍ମଦ ଜାହାଙ୍ଗୀର ନ୍ୟୁଜିଲାଣ୍ଡର ଏହି ଗୁଳିକାଣ୍ଡରେ ଆହତ ହୋଇଛନ୍ତି। ସେ ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଖବର ଅନୁଯାୟୀ, ଏହି ଘଟଣା ସମୟରେ ମସଜିଦ ମଧ୍ୟରେ ବାଂଲାଦେଶୀ କ୍ରିକେଟ ଟିମର ଖେଳାଳୀ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ଏହି ବର୍ବୋରୋଚିତ ଗୁଳିକାଣ୍ଡରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖେଳାଳୀମାନେ ଘଟଣା ପରେ ଭୟଭୀତ ଥିବାବେଳେ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ତେବେ ବାଂଲାଦେଶ ଟିମ୍ ଏଠାରେ ଟେଷ୍ଟ ମ୍ୟାଚ ଖେଳିବାକୁ ଆସିଥିଲା।

Intro:Body:

ମୁମ୍ବାଇ: ବଲିଉର ପପୁଲାର ଫିଲ୍ମନିର୍ମାତା କରଣ ଜୋହର ନିକଟରେ ଦର୍ଶକଙ୍କୁ ବହୁଅପେକ୍ଷିତ ଫିଲ୍ମ 'କଲଙ୍କ'ର ଟିଜର ରିଲିଜ କରାଇ ଦର୍ଶକଙ୍କୁ ଦେଇଛନ୍ତି ବଡ ସରପ୍ରାଇଜ । ଫିଲ୍ମର ଟିଜରଟି ଦର୍ଶକ ତଥା ଷ୍ଟାରମାନଙ୍କୁ ବେଶ ପସନ୍ଦ ଆସିଥିବାବେଳେ ସୋସିଆଲ ମିଡିଆର ମଧ୍ୟ ଫିଲ୍ମର ସିନ ତଥା ଡାଇଲଗକୁ ନେଇ ଦେଖାଦେଇଛି ଅନେକ ମିମି..

ଫିଲ୍ମର ଏହି ଟିଜରଟି ବେଶ ସିରିୟସ ନଜର ଆସିଥିବାବେଳେ ଏହାକୁ ନେଇ କିନ୍ତୁ ପ୍ରସ୍ତୁତ ହୋଇଛି ଅନେକ ଜବରଦସ୍ତ ମିମି । ଆଉ ଏହି ସବୁ ମିମିକୁ ଦେଖି ଯେ କେହି ବି ନିଜ ହସକୁ ରୋକିବା ମୁସକିଲ ହେବ ।

ଫିଲ୍ମର ଟିଜରରେ ଅନେକ ଇନଟେନ୍ସ ସିନ ସାଙ୍ଗକୁ ରହିଛି ମାତ୍ର ଦୁଇଟି ଡାଇଲଗ । ପ୍ରଥମଟି ବରୁଣଙ୍କ ଦ୍ବାରା 'କୁଛ ରିସ୍ତେ କର୍ଜ କି ତରହ ହୋତେ ହୈ, ଉହ୍ନେ ନିଭାନା ନେହିଁ ଚୁକାନା ପଡତା ହୈ' ହୋଇଥିବାବେଳେ ଅନ୍ୟଟି ଆଲିୟାଙ୍କର । ଆଲିୟାଙ୍କ ଡାଇଲଗଟି କିଛି ଏମିତି, 'ଜବ କିସି ଔର କି ବରବାଦି ଆପନି ଜିତ ଜୈସି ଲଗେ, ତୋ ହମସେ ଜ୍ୟାଦା ବରବାଦ ଔର କୋଇ ନେହିଁ ଇସ ଦୁନିଆ ମେଁ ।'

ଅଭିଶେକ ବର୍ମନଙ୍କ ଦ୍ବାରା ନିର୍ଦ୍ଦେଶିତ ଓ କରଣ ଜୋହରଙ୍କ ପ୍ରଯୋଜିତ ଏହି ଫିଲ୍ମଟି ମଲ୍ଟିଷ୍ଟାରର ହୋଇଥିବାବେଳେ ଦୀର୍ଘଦିନ ପରେ ପରଦାରେ ଏକାଠି ହୋଇଛନ୍ତି ମାଧୁରୀ ଦିକ୍ଷୀତ ଓ ସଞ୍ଜୟ ଦତ୍ତ । ଏମାନଙ୍କ ଛଡା ଫିଲ୍ମରେ ଆଲିୟା-ବରୁଣ ଓ ସୋନାକ୍ଷୀ-ଆଦିତ୍ୟଙ୍କ ଯୋଡି ମଧ୍ୟ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମଟି ସ୍ବର୍ଗତଃ ୟଶ ଜୋହର ଓ କରଣଙ୍କ 15ବର୍ଷ ପୁରୁଣା ଡ୍ରିମ ପ୍ରୋଜେକ୍ଟ ହୋଇଥିବାବେଳେ ଏହା ଏପ୍ରିଲ 17ତାରିଖରେ ରିଲିଜ ହେବ।

ତେବେ ସୋସିଆଲ ମିଡିଆରେ ଏବେ ଏହି ଡାଇଲଗ ଟ୍ରେଣ୍ଡ କରୁଥିବାବେଳେ ଏହାକୁ ନେଇ ପ୍ରସ୍ତୁତ କରାଯାଇଛି ଅନେକ ମିମି । ଚାଲନ୍ତୁ ଦେଖିବା ସେହି ମିମି ଗୁଡିକ...

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.