ETV Bharat / bharat

ସଂକ୍ରମଣରେ ଲାଗିବ କି ବ୍ରେକ ! 24 ଘଣ୍ଟାରେ 86,961 ଆକ୍ରାନ୍ତ ଚିହ୍ନଟ

author img

By

Published : Sep 21, 2020, 10:19 AM IST

ଦିନକୁ ଦିନ ଦେଶରେ ହୁହୁ ହୋଇ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ କୋରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଆକ୍ରାନ୍ତ ସଂଖ୍ୟା 55 ଲକ୍ଷ ଅଭିମୁଖେ ।

ଦେଶରେ ବେକାବୁ କୋରୋନା, 24 ଘଣ୍ଟାରେ 86,961 କୋରୋନା ପଜିଟିଭ ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ବେଲଗାମ କୋରୋନା ଭାଇରସ ସଂକ୍ରମଣ । ପ୍ରତ୍ୟେକ ଦିନ 90 ହଜାରରୁ ଉର୍ଦ୍ଧ୍ବ ପଜିଟିଭ ମାମଲା ରିପୋର୍ଟ ହେଉଛି । ଯାହାକୁ ନେଇ 54 ଲକ୍ଷରୁ ଅଧିକ ଛୁଇଁଛି ସଂକ୍ରମଣ ସଂଖ୍ୟା ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପିରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟା ମଧ୍ୟରେ 86 ହଜାର 961ଟି ନୂଆ ପଜିଟିଭ ମାମଲା ରିପୋର୍ଟ ହୋଇଥିବାବେଳେ, ଏଥିରେ 1,130 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଅନେକ ଦିନର ବ୍ୟବଧାନ ପରେ 20 ସେପ୍ଟେମ୍ବରର କୋରୋନା ରିପୋର୍ଟ ଅନ୍ୟ ଦିନର ରିପୋର୍ଟ ଅପେକ୍ଷା କମ ମାତ୍ରାରେ ହ୍ରାସ ପାଇଛି ।

ଯାହାକୁ ମିଶାଇ ଦେଶରେ 54 ଲକ୍ଷ 87 ହଜାର 581ରେ ପହଞ୍ଚିଛି ଦେଶର ସଂକ୍ରମଣ ସଂଖ୍ୟା । ଏଥିରେ ଚିକିତ୍ସାଧୀନ ଥିବା 87 ହଜାର 882 ଜଣ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୋଟ ସଂକ୍ରମିତଙ୍କ ମଧ୍ୟରୁ 43 ଲକ୍ଷ 96 ହଜାର 399 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, ବର୍ତ୍ତମାନ ସୁଦ୍ଧା ଆହୁରି 10 ଲକ୍ଷ 3 ହଜାର 299 ଜଣ ସଂକ୍ରମିତ ଦେଶର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.