ETV Bharat / bharat

ଦେଶର 85 ପ୍ରତିଶତ କୋରୋନା ମୃତକ 45 ବର୍ଷୀୟ ବା ଉର୍ଦ୍ଧ୍ବ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ - corona death rate

ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଦେଶରେ କୋରୋନା କାରଣରୁ ମୃତ୍ୟୁବରଣ କରିଥିବା 85 ପ୍ରତିଶତ ଲୋକଙ୍କ ବୟସ 45 ବର୍ଷରୁ ବୟସରୁ ଅଧିକ।

corona
ଦେଶର 85 ପ୍ରତିଶତ କୋରୋନା ମୃତ୍ୟୁ 45 ବର୍ଷ ବୟସର ଘଟିଛି
author img

By

Published : Jul 10, 2020, 11:19 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ମଧ୍ୟରେ ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଦେଶରେ କୋରୋନା କାରଣରୁ ମୃତ୍ୟୁବରଣ ଘଟିଥିବା 85 ପ୍ରତିଶତ ଲୋକଙ୍କ ବୟସ 45 ବର୍ଷରୁ ବୟସରୁ ଅଧିକ।

ଏପଟେ ଦେଶରେ 53% କୋରୋନା ମୃତ୍ୟୁ 60 ବର୍ଷ ବୟସରୁ ଅଧିକ ଲୋକଙ୍କର ହୋଇଥିବା ବେଳେ ଦେଶର ମୋଟ ଜନସଂଖ୍ୟାରେ ମାତ୍ର 10 ପ୍ରତିଶତ 60 ବର୍ଷ ବୟସରୁ ଅଧିକ ବୟସ ଲୋକ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଓଏସଡି ରାଜେଶ ଭୂଷଣ ଏକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ ଦେଶର 25 ପ୍ରତିଶତ ଜନସଂଖ୍ୟା 45 ବର୍ଷ କିମ୍ବା ଏହାଠାରୁ ଅଧିକ ବର୍ଷ ବୟସର ଅଛନ୍ତି । ତେବେ କୋରୋନାରେ 85% ମୃତ୍ୟୁ ଏହି ବୟସ ଶ୍ରେଣୀରେ ଘଟିଛି। ଏହି ହାଇ ରିସ୍କ ଏଜ ଗ୍ରୁପ ଉପରେ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେବା ଆବଶ୍ୟକତା ରହିଛି ।

60ରୁ 74 ବର୍ଷ ବୟସର ଲୋକମାନେ ଦେଶ ଜନସଂଖ୍ୟାର 8% ଅଂଶ ଅଚନ୍ତି । ତେବେ କୋରୋନା ସହ ଜଡିତ 39% ମୃତ୍ୟୁ ଏହି ବୟସରେ ଘଟିଛି । 75 ବର୍ଷରୁ ଅଧିକ ବୟସ କୋରୋନା ମୃତ୍ୟୁହାର 14 ପ୍ରତିଶତ ଅଟେ । ତେବେ ଦେଶର ମୋଟ ଜନସଂଖ୍ୟାରେ ଏହି ବୟସର ଲୋକ ମାତ୍ର 2 ପ୍ରତିଶତ ଅଛନ୍ତି । ହୋଇଥିବାବେଳେ ସେମାନଙ୍କ ଅଂଶ ଦେଶର ମୋଟ ଜନସଂଖ୍ୟାର 2 ପ୍ରତିଶତ ଅଟେ

ଏଥିସହ ଭୂଷଣଙ୍କ ଅନୁଯାୟୀ, ଦେଶର ମୋଟ ଜନସଂଖ୍ୟାରେ 14 ବର୍ଷରୁ କମ୍ ବୟସ ବର୍ଗର ଜନସଂଖ୍ୟାର ପ୍ରାୟ 35% ଅଟେ। ଏହି ବୟସର କୋରୋନା ମୃତ୍ୟୁହାର 1 ପ୍ରତିଶତ ଅଟେ । ସେହିପରି

ମୋଟ ଜନସଂଖ୍ୟାରେ 15–29 ବର୍ଷ ବୟସରେ ଜନସଂଖ୍ୟାର 18 ପ୍ରତିଶତ ଅଟେ । ଏହି ବୟସର କୋରୋନା ମୃତ୍ୟୁହାର 3 ପ୍ରତିଶତ ଅଟେ । ଏହାଛଡା କରୋନା ଦେଶର ମୋଟ ଜନସଂଖ୍ୟାର 22 ପ୍ରତିଶତ 30 ରୁ 44 ବର୍ଷ ବୟସ ଅଟନ୍ତି । ଏହି ବୟସର କୋରୋନା ମୃତ୍ୟୁହାର 11 ପ୍ରତିଶତ ଅଟେ । କୋରୋନା ଆକ୍ଟିଭ ମାମଲା ତୁଳନାରେ କୋରୋନା ସୁସ୍ଥ ହାର 1.75 ପ୍ରତିଶତ ଅଧିକ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.