ETV Bharat / bharat

ଆଠ ବର୍ଷର ବାଳିକା ବଜାଉଛି ପିଆନୋ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ...

ପ୍ରତିଭା ସମ୍ପନ୍ନ କୋଏମ୍ବାଟୁରର ନିରଞ୍ଜନୀ । ଜନ୍ମରୁ ଦୃଷ୍ଟିହୀନ ହୋଇଥିଲେ ମଧ୍ୟ ସଂଗୀତକାର ହେବାକୁ ପ୍ରବଳ ଇଚ୍ଛା ରହିଛି ଏହି 8 ବର୍ଷୀୟ କୁନି ଝିଅର । ଏପରିକି ଅନ୍ୟ ଠାରୁ ଗୀତ ଶୁଣିକି ମଧ୍ୟ ନିଜେ ମୁଖସ୍ଥ କରିଥାନ୍ତି ଓ ପିଆନୋ ମଧ୍ୟ ବଜାଇଥାନ୍ତି । ପିଆନୋ ସହିତ ଅନ୍ୟାନ୍ୟ ବାଦ୍ୟ ଯନ୍ତ୍ର ମଧ୍ୟ ବଜାଇ ପାରନ୍ତି ତାଙ୍କର ସଂଗୀତ ଗୁରୁ କହିଛନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ@ANI
author img

By

Published : Sep 23, 2019, 2:43 PM IST

ଚେନ୍ନାଇ: ଜନ୍ମରୁ ଭିନ୍ନକ୍ଷମ, ତଥାପି ପ୍ରତିଭା ସମ୍ମନ୍ନ । ଦୃଷ୍ଟି ଶକ୍ତି ନଥିଲେ ବି ପିଆନୋର କି ଉପରେ ନିଜର କୁନି ଆଙ୍ଗୁଠି ଚାଳନାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରାଇ ଦେଉଛନ୍ତି ଏହି କୁନିଝିଅ । ତାମିଲନାଡ଼ୁର ଏହି କୁନି ଝିଅ ନିରଞ୍ଜନୀର ପ୍ରତିଭାରେ ସମସ୍ତେ ପ୍ରାୟ ଚକିତ ହୋଇ ପଡ଼ିଛନ୍ତି ।

ନିରଞ୍ଜନୀ ନିକଟସ୍ଥ ଏକ ସରକାରୀ ସ୍କୁଲରେ 3ୟ ଶ୍ରେଣୀର ଛାତ୍ରୀ । ଜନ୍ମରୁ ସେ ଦୃଷ୍ଟି ଶକ୍ତି ହରାଇଛନ୍ତି । ମାତ୍ର ତାଙ୍କର ଦୃଷ୍ଟିଶକ୍ତି ଫେରାଇ ଆଣିବା ପାଇଁ ତାଙ୍କର ବାପା ମା ଶତ ଚେଷ୍ଟା ମଧ୍ୟ କରିସାରିଲେଣି । ମାତ୍ର ସବୁଥିଲେ ବିଫଳ ହେଉଛନ୍ତି । ସେପଟେ ନିରଞ୍ଜନୀ କହିଛନ୍ତି, ଏହା ମୋ ପାଇଁ ପ୍ରତିବନ୍ଧକ ନୁହେଁ । ଜନ୍ମରୁ ସଙ୍ଗୀତ ପ୍ରତି ଦୁର୍ବଳତା ରହି ଆସିଛି ବୋଲି ନିରଞ୍ଜନୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି କି, ମୁଁ ଦେଖିପାରୁନାହିଁ ସତ, ମାତ୍ର ପିଆନୋ କି ବୋର୍ଡ ଚଳାଇବାରେ କୌଣସି ଅସୁବିଧା ହେଉନାହିଁ । ଟିଭି ଓ ବିଭିନ୍ନ ଉତ୍ସରୁ ମୁଁ ଗୀତ ଶୁଣିବାକୁ ଭଲପାଏ ଏବଂ ତାକୁ ମନ ମଧ୍ୟ ରଖିପାରେ । ସେହି ଅନୁସାରେ ମୁଁ ପିଆନୋ ବଜାଇଥାଏ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, କେବଳ ପିଆନୋ ନୁହେଁ, ବରଂ ଭାୟୋଲିନ, ଗିଟାର, ବଂଶୀ ଏବଂ ତବଲା ମଧ୍ୟ ବଜାଇପାରେ ବୋଲି ସେ ସୂଚନା ଦେଇଛନ୍ତି ।

ସେହିଭଳି ତାଙ୍କର ମାଆ ନନ୍ଦିନୀ ଆୟାସ୍ବାମୀ କହିଛନ୍ତି କି ନିରଞ୍ଜନୀ ପିଲାଦିନୁ ସଙ୍ଗୀତ ପ୍ରତି ଅହେତୁକ ଦୁର୍ବଳତା ରହିଛି । ତେବେ ନିରଞ୍ଜନୀଙ୍କ ପାଇଁ କୌଣସି ପ୍ରକାର ପାଠ୍ୟ ଉପକ୍ରମ ମିଳିପାରୁନାହିଁ । ଯେହେତୁ ସେ ଦୃଷ୍ଟିହୀନ, ସେଥିପାଇଁ ସ୍ବତନ୍ତ୍ର ପାଠ୍ୟ ଉପକରଣର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ କି, ଝିଅ ଜନ୍ମରୁ ଦୃଷ୍ଟିହୀନ । ତାର ଚିକିତ୍ସା ପାଇଁ ସମସ୍ତ ଡାକ୍ତରଖାନାରେ ଆମେ ତାହାର ଚିକିତ୍ସା ପାଇଁ ପ୍ରୟାସ ଜାରି ରଖିଛୁ । ତେବେ ଦୃଷ୍ଟିହୀନ ସତ୍ତ୍ବେ ସେ ବିଭିନ୍ନ ବାଦ୍ୟ ଉପକରଣ ବଜାଇ ପାରୁଛି । ଯଦିଓ ଏଥିପାଇଁ ଜଣେ ସଙ୍ଗୀତ ଶିକ୍ଷକଙ୍କ ଠାରୁ ସେ ଶିକ୍ଷାଲାଭ କରୁଛି ବୋଲି ସେ କହିଥିଲେ।

ସେହିଭଳି ସଙ୍ଗୀତ ଶିକ୍ଷକ ଆଇଜାକ ନେଲସନ କହିଛନ୍ତି, ନିରଞ୍ଜନୀ ଯଦିଓ ପିଆନୋ ବଜାଇବାରେ ଦକ୍ଷ ହୋଇନାହିଁ, ମାତ୍ର ସେ ପ୍ରତ୍ୟେକ ଦିନ କିଛି କିଛି ନୂଆ ଶିଖିବାକୁ ପ୍ରୟାସ କରୁଛି । ସଂଗୀତ ଶିଖିବାରେ ତା ପାଇଁ ଟିକେ ଅସୁବିଧା ହେଉଛି । ଏହାର କାରଣ ତାର ଦୃଷ୍ଟିଶକ୍ତି । ତେବେ ତା ପାଇଁ ଏକ ନୂଆ କୌଶଳ ଆପଣେଇବାକୁ ଯାଉଛି । ଯାହା ଫଳରେ ତାକୁ ଆଉ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି । ତାର ସଂଗୀତ ପ୍ରତି ଦୁର୍ବଳତା ରହିଛି ଓ ସେ ସବୁଦିନ କିଛି କିଛି ନୂଆ ଶିଖିବାର ପ୍ରୟାସ ମଧ୍ୟ କରୁଛି ବୋଲି ସେ କହିଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.