ETV Bharat / bharat

ଲକ୍ଷାଧିକ ଲୋକଙ୍କୁ ଘରେ ପହଞ୍ଚାଇଛି ଦକ୍ଷିଣ-ପଶ୍ଚିମ ରେଳବାଇ

author img

By

Published : May 22, 2020, 6:44 AM IST

ଏବେ ସୁଦ୍ଧା ଦକ୍ଷିଣ-ପଶ୍ଚିମ ରେଳବାଇ ପକ୍ଷରୁ ମୋଟ 116ଟି ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିଛି । ଏଥିରେ 1 ଲକ୍ଷ 62 ହଜାର 329 ଜଣ ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକ ଫେରିଛନ୍ତି । ଅଧିକ ପଢନ୍ତୁ...

ଲକ୍ଷାଧିକ ଲୋକଙ୍କୁ ଘରେ ପହଞ୍ଚାଇଛି ଦକ୍ଷିଣ-ପଶ୍ଚିମ ରେଳବାଇ
ଲକ୍ଷାଧିକ ଲୋକଙ୍କୁ ଘରେ ପହଞ୍ଚାଇଛି ଦକ୍ଷିଣ-ପଶ୍ଚିମ ରେଳବାଇ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଜାଗାରେ ଫସିଥିବା ଲୋକଙ୍କୁ ଘରକୁ ଫେରାଇବାରେ ସାହାଯ୍ୟ କରିଛି ରେଳବାଇ । ଭାରତୀୟ ରେଳବାଇର ବିଭିନ୍ନ ଶାଖା ପକ୍ଷରୁ ଶତାଧିକ ସ୍ବତନ୍ତ୍ର ଟ୍ରେନରେ ଲକ୍ଷାଧିକ ଲୋକ ଘରକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ପ୍ରବାସୀ ଶ୍ରମିକ, ଛାତ୍ର ଓ ବିଭିନ୍ନ ପରିବାର ।

ଏଥିରେ ପ୍ରମୁଖ ଭୂମିକା ନେଇଛି ଦକ୍ଷିଣ-ପଶ୍ଚିମ ରେଳବାଇ । ଗୁରୁବାର ଏହା ପକ୍ଷରୁ 8ଟି ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିଛି । ଏଥିରେ 11 ହଜାର 557 ଯାତ୍ରୀ ଫେରିଛନ୍ତି ବୋଲି ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ଏବେ ସୁଦ୍ଧା ଦକ୍ଷିଣ-ପଶ୍ଚିମ ରେଳବାଇ ପକ୍ଷରୁ ମୋଟ 116ଟି ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିଛି । ଏଥିରେ 1 ଲକ୍ଷ 62 ହଜାର 329 ଜଣ ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକ ଫେରିଥିବା ସୂଚନା ରହିଛି ।

ସେହିପରି ଶୁକ୍ରବାରଠାରୁ ଏହା କର୍ଣ୍ଣାଟକରେ ଆନ୍ତଃଜିଲ୍ଲା ଟ୍ରେନ ଚଳାଚଳ ଆରମ୍ଭ କରିବାକୁ ଯାଉଛି । ବେଙ୍ଗାଲୁରୁ-ମହୀଶୂର ଓ ବେଙ୍ଗାଲୁରୁ-ବେଲାଗାଭୀ ମଧ୍ୟରେ ଏହା 4ଟି ଟ୍ରେନ ଚଳାଇବ । ରବିବାର ଛାଡି ବାକି ସମସ୍ତ ଦିନ ଅନ୍ୟ ଜିଲ୍ଲାମାନଙ୍କରେ ଏହା ଟ୍ରେନ ସେବା ଆରମ୍ଭ କରିବାକୁ ଯାଉଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.