ETV Bharat / bharat

ପେଶାରେ ପ୍ରଫେସର, ହେଲେ ବିଜୁଳିଠାରୁ ବହୁ ଦୂରରେ ହେମା ସାନି - pune

ଅର୍ଥ କି ଅସୁବିଧା ନୁହେଁ, ପରିବେଶ ଓ ପ୍ରକୃତି ପ୍ରତି ପ୍ରେମରେ ଜଣେ ଅଧ୍ଯ୍ୟାପିକା 79 ବର୍ଷ ହେବ ଅନ୍ଧାରରେ ରହିଆସୁଛନ୍ତି ।

ଫାଇଲ ଫଟୋ
author img

By

Published : May 8, 2019, 12:43 PM IST

Updated : May 8, 2019, 2:49 PM IST

ପୁଣେ: ମହାପୁରୁଷମାନଙ୍କ ଅତୀତର ଜୀବନ ବହୁ ସଂଘର୍ଷମୟ । ଗରିବୀର ପାହାଚ ଅତିକ୍ରମ ପାଇଁ ସେମାନେ ଷ୍ଟ୍ରିଟ ଲାଇଟରେ ସାଧନା କରୁଥିଲେ । ଇତିହାସରେ ମଧ୍ୟ ଉଲ୍ଲେଖ ଅଛି କିଛି ମହାନ ବ୍ୟକ୍ତି ଜୀବନରେ ଉନ୍ନତି ପାଇଁ ବିନା ଲାଇଟରେ ଜୁଳୁଜୁଳିଆ ପୋକକୁ ବୋତଲରେ ପୁରାଇ ପାଠ ପଢିଛନ୍ତି।

କିନ୍ତୁ ଏହା ସେମାନଙ୍କ ଦୁଃଖ, କଷ୍ଟ ଓ ଗରିବୀର ତାତ୍ସଲ୍ୟ ପାଇଁ ସଂଘର୍ଷ କରୁଥିଲେ। ହେଲେ ଏଠାରେ କାହାଣୀ ଟିକେ ଅଲଗା , ଅର୍ଥ କି ଅସୁବିଧା ନୁହେଁ ହେଲେ ପରିବେଶ ଓ ପ୍ରକୃତି ପ୍ରତି ଭଲପାଇବା ରଖି ଜଣେ ଅଧ୍ଯ୍ୟାପିକା 79 ବର୍ଷ ହେବ ଅନ୍ଧାରରେ ରହିଆସୁଛନ୍ତି ।

ଆଜିକାର ସମାଜରେ ଗୋଟିଏ ସପ୍ତାହ ଓ ଗୋଟିଏ ଦିନ ବ୍ୟକ୍ତିଙ୍କୁ ଅନ୍ଧାରରେ ରହିବା କଳ୍ପନାର ବାହାରେ । ବିନା ଲାଇଟରେ ଜୀବନ ଏକ ପ୍ରକାର ଦୁର୍ବିସହ ମନେହୁଏ । ହେଲେ ଏହି ଆସାଧ୍ୟ୍ୟ କାର୍ଯ୍ୟକୁ ପୁନେ ବୁଧୱାର ପେଟର ଅବସରପ୍ରାପ୍ତ ମହିଳା ଅଧ୍ଯ୍ୟାପିକ ଡଃ. ହେମା ସାନି ସଫଳ କରି ଦେଖାଇଛନ୍ତି ।

ଏ ବିଷୟରେ ତାଙ୍କୁ ପଚାରିବାରୁ ସେ କୁହନ୍ତି କି, ମଣିଷର ମୌଳିକ ଆବଶ୍ୟକତା ହେଉଛି ଖାଦ୍ୟ,ବସ୍ତ୍ର ଓ ବାସଗୃହ। ଏହାସହ ଆଗକାଳରେ ମଧ୍ୟ ବିଜୁଳିର ବ୍ୟବସ୍ଥା ନଥିଲା, ବହୁ ଦିନର ବ୍ୟବଧାନ ପରେ ଆସିଲା । ତେଣୁ ବିଦ୍ୟୁତ ବିନା ଜୀବନ ଜିଇଁବା କିଛି କଷ୍ଟ ନୁହେଁ । ଏମିତିକି ସେ ରହୁଥିବା ଘରର ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ନେଇ ତାଙ୍କ କୁକୁର, 2 ବିଲେଇ, ଗୋଟିଏ ନେଉଳ ଓ ଅନେକ ପକ୍ଷୀ ନାମରେ କରିଦେଇଛନ୍ତି।

''ଲୋକମାନେ ମତୋ ବୋକା ଓ ପାଗଳ କୁହନ୍ତି କିନ୍ତୁ ଏହା ମୋ ଜୀବନରେ ତାହା କୌଣସି ଅର୍ଥ ରଖେ ନାହିଁ । ଏପରିକି ସେହି ବ୍ୟକ୍ତିମାନଙ୍କୁ ମୁଁ କିଛି ଶିକ୍ଷା ନଦେଇ କେବଳ ବୁଦ୍ଧଙ୍କ ସେହି ଅମୂଲ୍ୟ ବାଣୀ 'ନିଜ ଜୀବନର ପଥକୁ ନିଜେ ସ୍ଥିର କରି ଆଗେଇ ଚାଲ'। ବୋଲି ମନେରଖିଥାଏ ।

ସୂଚନା ଅନୁସାରେ, ଅଧ୍ୟ୍ୟାପକ ସାନି ଉତ୍ତିଦ ବିଜ୍ଞାନର ଅନେକ ଗୁଡିଏ ବହି ଲେଖିଛନ୍ତି । ଏମିତିକି ବର୍ତ୍ତମାନ ସମୟରେ ସେ ଏକୁଟିଆ ଥିଲେ ବିଭିନ୍ନ ପୁସ୍ତକ ଲେଖିଥାନ୍ତି ।

Intro:Body:

ddh

Conclusion:
Last Updated : May 8, 2019, 2:49 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.