ETV Bharat / bharat

ଜେଲକୁ ଗଲା କୋରୋନା, 77 କଏଦୀ ଓ 26 କର୍ମଚାରୀ ସଂକ୍ରମିତ - mumbai jail

ମହାରାଷ୍ଟ୍ରରେ ସାଙ୍ଘାତିକ ହେଉଛି କୋରୋନା ପରିସ୍ଥିତି । ଦିନକୁ ଦିନ ଏଠାରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ରାଜ୍ୟର କଏଦୀ ମଧ୍ୟ କୋରୋନା ସଂକ୍ରମିତ । ଅଧିକ ପଢନ୍ତୁ...

ଜେଲକୁ ଗଲା କୋରୋନା, 77 କଏଦୀ ଓ 26 କର୍ମଚାରୀ ସଂକ୍ରମିତ

author img

By

Published : May 8, 2020, 9:34 AM IST

ନୂଆଦିଲ୍ଲୀ/ପାଲଘର: ମହାରାଷ୍ଟ୍ରରେ ସଙ୍ଗୀନ ହେଉଛି କୋରୋନା ପରିସ୍ଥିତି । ମୁମ୍ବାଇ ଆର୍ଥର ରୋଡ ଜେଲର 77 କଏଦୀ କୋରୋନା ଚିହ୍ନଟ । ଏହା ସହ ଜେଲରେ କାର୍ଯ୍ୟରତ 26 କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସମସ୍ତ ବନ୍ଦୀଙ୍କୁ ମୁମ୍ବାଇର ଜିଟି ହସ୍ପିଟାଲ ଓ ସେଣ୍ଟ ଜର୍ଜ ହସ୍ପିଟାଲାରେ ଭର୍ତ୍ତି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ ।

ଏହା ପୂର୍ବରୁ ରାଜ୍ୟର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ପାଲଘର ଜିଲ୍ଲାରେ କଏଦୀ କୋରୋନା ସଂକ୍ରମଣ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ରାଜ୍ୟ ସରକାର ଆର୍ଥର ରୋଡ ଜେଲ ସମେତ 8ଟି ଜେଲକୁ ଆଇସୋଲେସନ କରିଛନ୍ତି । ଏହି ଜେଲଗୁଡିକୁ କୌଣସି ନୂଆ ବ୍ୟକ୍ତିଙ୍କ କିମ୍ବା ଜେଲ କର୍ମଚାରୀଙ୍କ ପ୍ରବେଶ କରିପାରିବେ ନାହିଁ କି ବାହାରକୁ ଆସିପାରିବେ ନାହିଁ ।

ଏହି ସମସ୍ତ କଏଦୀ ଜଲେରେ କାର୍ଯ୍ୟରତ ଥିବା ଜଣେ ରୋଷେୟାଙ୍କ ସଂସ୍ପର୍ଶରେ ଆସିବା ଦ୍ବାରା ସଂକ୍ରମିତ ହୋଇଛନ୍ତି । ରୋଷେୟା ଜଣକ କୋରୋନା ପଜିଟିଭ ଥିବା ଜଣାପଡିଥିବା ନେଇ ଦେଶମୁଖ କହିଛନ୍ତି ।

ଆପଣଙ୍କୁ କହି ରଖୁଛି, ମହାରାଷ୍ଟ୍ରରେ ସର୍ବାଧିକ କୋରୋନା ସଂକ୍ରମିତରେ 1783ଜଣଙ୍କ ମୃତ୍ୟୁ ହୋଇଛି । ଦେଶର 32ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ କୋରୋନା ସଂକ୍ରମଣର ରିପୋର୍ଟ ଆସିଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ମହାରାଷ୍ଟ୍ରରେ ସାଧାରଣ ଲୋକ ସଂକ୍ରମିତ ହେବା ସହ ସୁରକ୍ଷାକର୍ମୀଙ୍କ ଠାରେ ମଧ୍ୟ କୋରୋନା ଚିହ୍ନଟ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.