ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସୁରଟରେ ଏକ ନିଆରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସଚେତନତାର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 70 ତମ ଜନ୍ମଦିନ ପାଳନ ଅବସରରେ ଏକ 'କେକ୍ ଫର୍ କୋରୋନା ୱାରିୟର୍ସ' କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଏହି କେକର ଓଜର 711 କେଜି ରହିଛି । ଯାହାକି କୋଭିଡ ଯୋଦ୍ଧାଙ୍କ ପାଇଁ ଉତ୍ସର୍ଗିତ କରାଯିବ । ଏହାସହ କେକ୍ କାଟିବା କାର୍ଯ୍ୟକ୍ରମ ବା ଉତ୍ସବଟି ଡିଜିଟାଲ ମାଧ୍ୟମରେ ହେବ, ଯାହା ଦ୍ୱାରା ଏକ ବିଶ୍ୱ ରେକର୍ଡ ସ୍ଥାପନ ହେବ । ଏହି ବିଶ୍ୱ ରେକର୍ଡ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ, ଲିମକା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଏବଂ ଗୋଲଡେନ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରାଯିବ ।

ତେବେ ଏହି ଉତ୍ସବରେ ବ୍ୟବହୃତ କେକ୍ 500 ଗ୍ରାମ ଲେଖାଏଁ କେକ୍ ସମସ୍ତ କୋଭିଡ ଯୋଦ୍ଧାଙ୍କ ଘରେ ପହଞ୍ଚାଇ ଦିଆଯିବ । ସୂଚନା ଥାଉକି ଏହି କେକରେ କୋଭିଡ ଯୋଦ୍ଧାଙ୍କ ଫଟୋ ବେଶ ସୁନ୍ଦର ଭାବେ ଅଙ୍କାଯାଇଛି । ସେପ୍ଟେମ୍ବର 17ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ