ETV Bharat / bharat

ମୁମ୍ବାଇରେ 'ମିଶନ ବିଗିନ୍ ଏଗେନ୍'; ୱାକିଂ, ଜଗିଂ ଓ ସାଇକେଲିଂ ପାଇଁ ଅନୁମତି

ଦୀର୍ଘ 70 ଦିନର ତାଲାବନ୍ଦ ପରେ ସର୍ବସାଧାରଣ ସ୍ଥାନରେ ୱାକିଂ, ଜଗିଂ ଓ ସାଇକେଲିଂ କରିବେ ମୁମ୍ବାଇବାସୀ। ବିଶ୍ବର ବଡ ବଡ ସହର ଲଣ୍ଡନ,ସିଡନୀ ଓ ଡବଲିନ୍ ପରି ମୁମ୍ବାଇ ମଧ୍ୟ ସାମାଜିକ ଦୂରତା ରକ୍ଷା ପାଇଁ ସାଇକେଲ ଚଳାଇବାକୁ ଲୋକମାନଙ୍କୁ ଉତ୍ସାହିତ କରୁଛି ମୁମ୍ବାଇ।

ମୁମ୍ବାଇରେ 'ମିଶନ ବିଗିନ୍ ଏଗେନ୍' , ୱାର୍କିଂ, ଜଗିଂ ଓ ସାଇକିଲିଂ ପାଇଁ ଅନୁମତି

author img

By

Published : Jun 1, 2020, 8:15 AM IST

ମୁମ୍ବାଇ: କୋରୋନା କାୟାରେ ସାରା ଦେଶ। ପ୍ରକୋପରୁ ରକ୍ଷା ପାଇଁ 70 ଦିନର ତାଲାବନ୍ଦ। ଏହା ଭିତରେ ଘଟିଯାଇଛି ଅନେକ ଘଟଣା ଓ ଦୁର୍ଘଟଣା। ହଲ,ମଲ ଓ ଦେବାଳୟ ଠୁ ଆରମ୍ଭ କରି କାର୍ଯ୍ୟାଳୟରେ ସବୁଠି ଝୁଲୁଥିଲା ତାଲା। କିନ୍ତୁ ଏବେ ସମସ୍ତ ସ୍ଥାନରୁ କଟକଣା ଧୀରେ ଧୀରେ ଉଠିବା ସହ ଲୋକଙ୍କୁ ଦିଆଯାଇଛି ଆଶ୍ବସ୍ତି।

ମୁମ୍ବାଇରେ 'ମିଶନ ବିଗିନ୍ ଏଗେନ୍' , ୱାର୍କିଂ, ଜଗିଂ ଓ ସାଇକିଲିଂ ପାଇଁ ଅନୁମତି
ମୁମ୍ବାଇରେ 'ମିଶନ ବିଗିନ୍ ଏଗେନ୍' , ୱାର୍କିଂ, ଜଗିଂ ଓ ସାଇକିଲିଂ ପାଇଁ ଅନୁମତି

ତେବେ ପୂର୍ବରୁ ତାଲାବନ୍ଦ ଭାଙ୍ଗିଥିବା ଅମାନିଆଙ୍କୁ ସାବାଡ୍ କରିବାକୁ ପୋଲିସ ଓ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଉଥିଲା କଡା ପଦକ୍ଷେପ। ବାହାରକୁ ବାହାରିଲେ ଦିଆଯାଉଥିଲା ସାଙ୍ଘାତିକ ଦଣ୍ଡ। ଯାହାର ଅନେକ ନଜିର ରହିଛି। ସେଥିମଧ୍ୟରୁ କୋରୋନା ସଂକ୍ରମଣର ହବ୍ ପାଲଟିଥିବା ମୁମ୍ବାଇ ପାଇଁ ଥିଲା ସବୁଠୁ କଠିନ ସମୟ।

ହେଲେ ଏବେ ସେଠାକାର ରାଜ୍ୟ ସରକାର ଲୋକମାନଙ୍କୁ ସର୍ବସାଧାରଣ ସ୍ଥାନରେ ୱାକିଂ, ଜଗିଂଓ ସାଇକେଲିଂ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ବିଶ୍ବର ବଡ ବଡ ସହର ଲଣ୍ଡନ,ସିଡନୀ ଓ ଡବଲିନ୍ ପରି ମୁମ୍ବାଇ ମଧ୍ୟ ସାମାଜିକ ଦୂରତା ରକ୍ଷା ପାଇଁ ସାଇକେଲ ଚଳାଇବାକୁ ଲୋକମାନଙ୍କୁ ଉତ୍ସାହିତ କରୁଛି ମୁମ୍ବାଇ।

ରବିବାର ମିଶନ ବିଗିନ୍ ଏଗେନ୍ ମାଧ୍ୟମରେ ଏହି ରାଜ୍ୟ ମାସ୍କ, ସାନିଟାଇଜର ଏବଂ ସାମାଜିକ-ଦୂରତା ମାନଦଣ୍ଡ ସହିତ ପ୍ଲମ୍ବର, ଇଲେକ୍ଟ୍ରିସିଆନ ଓ ପେଷ୍ଟ କଣ୍ଟ୍ରୋଲ ସେବାକୁ ସକାଳ 5 ରୁ ସନ୍ଧ୍ୟା 7 ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରିଛି। ଏହାସହ ରେଡ୍ ଜୋନରେ ଥିବା ଲୋକଙ୍କୁ ଘରୋଇ ସହାୟତା ପ୍ରଦାନ କରାଯିବ।

ସେହିପରି ଜୁନ୍ 5 ରୁ କାର୍ଯ୍ୟକାରୀ ହେଉଥିବା ‘ମିଶନ୍ ଆରମ୍ଭ ପୁଣି’ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରାଜ୍ୟ ନାଗରିକମାନଙ୍କୁ ନିଜ ପଡ଼ୋଶୀ ବଜାରକୁ ଯିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ କହିଛି। ଏହାସହ ନାଗରିକମାନଙ୍କୁ ସପିଂ ପାଇଁ ଗାଡି ବଦଳରେ ସାଇକେଲ ନେବାକୁ ନିର୍ଦ୍ଦେଶ କରିଛି।

ଏହି ଘଟଣା ପରେ ମୁମ୍ବାଇର ବାଇ ସାଇକେଲ ମେୟର ଫିରୋଜା ସୁରେଶ କହିଛନ୍ତି, “ଭାରତୀୟ ସହରରେ ସାଇକେଲ ଚଳାଇବାକୁ ଉତ୍ସାହିତ କରିବାର ଏହା ହେଉଛି ଉପଯୁକ୍ତ ସମୟ। ଏବଂ ବର୍ତ୍ତମାନ ଆମେ ସାଇକେଲ ଚଳାଇବା କଥା କହୁଛୁ, ଏଥିପାଇଁ ରାଜ୍ୟ ସଠିକ୍ ଭିତ୍ତିଭୂମି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ”

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.