ETV Bharat / bharat

602 ‘ଶ୍ରମିକ ସ୍ପେଶାଲ୍’ ଟ୍ରେନରେ ଘରେ ପହଞ୍ଚିଲେ 7 ଲକ୍ଷ ପ୍ରବାସୀ - 7 lakh migrants ferried in 602 'Shramik Special' trains

ଭାରତୀୟ ରେଳ ବିଭାଗ ମେ 1ରୁ ଏପର୍ଯ୍ୟନ୍ତ 602ଟି ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗେ 7 ଲକ୍ଷ ପ୍ରବାସୀଙ୍କୁ ପରିବହନ କରିଛି । ଦେଶର ବିଭିନ୍ନ ଅଞ୍ଚଳରେ ଏହି ପ୍ରବାସୀଙ୍କୁ ପଠାଯାଇଛି ।

Shramik Special
602 ‘ଶ୍ରମିକ ସ୍ପେଶାଲ୍’ ଟ୍ରେନ
author img

By

Published : May 13, 2020, 10:33 AM IST

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ମେ 1ରୁ ଏପର୍ଯ୍ୟନ୍ତ 602ଟି ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗେ 7 ଲକ୍ଷ ପ୍ରବାସୀଙ୍କୁ ପରିବହନ କରିଛି । ଦେଶର ବିଭିନ୍ନ ଅଞ୍ଚଳରେ ଏହି ପ୍ରବାସୀଙ୍କୁ ପଠାଯାଇଛି । ସୋମବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ (ଏମଏଚଏ) ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ରେଳବିଭାଗ ବର୍ତ୍ତମାନ ଦୈନିକ 100 ଟି ‘ଶ୍ରମିକ ସ୍ପେଶାଲ’ ଟ୍ରେନ୍ ଚଳାଚଳ କରିବ।

ମଙ୍ଗଳବାର ଅପରାହ୍ନ 4 ଟା ସୁଦ୍ଧା ଚାଲୁଥିବା 575 ଟି ଟ୍ରେନ୍ ମଧ୍ୟରୁ 463 ଟି ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛି ଓ 112 ଟି ଏବେବି ଯାତ୍ରା କରୁଛି । ଉତ୍ତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଓଡିଶା, ଝାଡଖଣ୍ଡ, ରାଜସ୍ଥାନ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ବିଭିନ୍ନ ରାଜ୍ୟରେ 463 ଟ୍ରେନ୍ ଚଳାଚଳ ଟର୍ମିନେଟ୍ ହୋଇଛି ।

ଏହି ଟ୍ରେନ ଗୁଡିକ ତିରୁଚିରାପଲ୍ଲୀ, ଟିଟଲାଗଡ, ବାରଉନି, ଖଣ୍ଡୱା, ଜଗନ୍ନାଥପୁର, ଖୋର୍ଦ୍ଧା ରୋଡ୍, ଆହ୍ଲାବାଦ, ଛାପ୍ରା, ବାଲିଆ, ଗୟା, ପୂର୍ଣ୍ଣିଆ, ବାରାଣାସୀ, ଦରଭଙ୍ଗା, ଗୋରଖପୁର, ଲକ୍ଷ୍ନୌ, ଜୌନପୁର, ହାତିଆ, ବସ୍ତି, ମୁଜାଫରପୁର ଓ ସାରସାରେ ପହଞ୍ଚିଥିଲା । ଟ୍ରେନରେ ଯିବା ପୂର୍ବରୁ ଯାତ୍ରୀମାନଙ୍କୁ ସ୍କ୍ରିନିଂ କରାଯିବା ସହ ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ମାଗଣା ଭୋଜନ ଓ ପାଣି ମଧ୍ୟ ଦିଆଯାଉଛି ।

ସୋମବାର ଠାରୁ ଏହି ‘ଶ୍ରମିକ ସ୍ପେଶାଲ୍’ ଟ୍ରେନ୍ ଗୁଡିକ 1200 ପରିବର୍ତ୍ତେ ପ୍ରତ୍ୟେକ 1700 ଯାତ୍ରୀଙ୍କୁ ଯଥାସମ୍ଭବ ଘରକୁ ଯିବା ପାଇଁ ଆରମ୍ଭ କରିଥିଲେ। ପ୍ରଥମେ ଏହି ଟ୍ରେନଗୁଡିକର କୌଣସି ଅଟକୁ ନଥିବା ବେଳେ ସୋମବାର ରେଳବିଭାଗ ଘୋଷଣା କରିଛି ଯେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ 3ଟି ଷ୍ଟପେଜରେ ଟ୍ରେନ ରହିବ ।

ରେଳବିଭାଗ ଏପର୍ଯ୍ୟନ୍ତ ଏହି ସ୍ବତନ୍ତ୍ର ସେବାରେ ଖର୍ଚ୍ଚ ହୋଇଥିବା ଅର୍ଥ ନେଇ ଘୋଷଣା କରି ନଥିବାବେଳେ ଅଧିକାରୀମାନେ ସୂଚନାନୁଯାୟୀ 80 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.