ନୁଆଦିଲ୍ଲୀ: ଅଶୁଭ ଏକ୍ସପ୍ରେସ ୱେ । ଏଠାରେ 10 ଦିନ ମଧ୍ୟରେ ଘଟିଛି ଦୁଇଟି ସଡକ ଦୁର୍ଘଟଣା । ରବିବାର ସକାଳୁ ଉତ୍ତରପ୍ରଦେଶର ମୈନପୁରୀ ନିକଟରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ଘଟିଛି ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 34 ଜଣ ଆହତ ହୋଇଛନ୍ତି । ଏକ ଯାତ୍ରୀବାହୀ ବସ ଯାଇ ଟ୍ରକ ସହ ପଛପଟୁ ପିଟିହେବା ଫଳରେ ଘଟଣାସ୍ଥଳରେ 7ଜଣଙ୍କର ମୃତ୍ୟୁ ହେବା ସହ ବସର ସମ୍ମୁଖ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
-
7 dead and 34 injured after a bus rammed into a truck on Agra-Lucknow Expressway near Mainpuri pic.twitter.com/sBjWuaSzu1
— ANI UP (@ANINewsUP) April 21, 2019 " class="align-text-top noRightClick twitterSection" data="
">7 dead and 34 injured after a bus rammed into a truck on Agra-Lucknow Expressway near Mainpuri pic.twitter.com/sBjWuaSzu1
— ANI UP (@ANINewsUP) April 21, 20197 dead and 34 injured after a bus rammed into a truck on Agra-Lucknow Expressway near Mainpuri pic.twitter.com/sBjWuaSzu1
— ANI UP (@ANINewsUP) April 21, 2019
ସୂଚନା ଅନୁସାରେ ଏପ୍ରିଲ 10 ତାରିଖରେ ମଧ୍ୟ ଏହି ଏକ୍ସପ୍ରେସ ୱେରେ ଘଟିଥିଲା ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ 8ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣଙ୍କ ଗୁରୁତର ଥିଲେ । ଏଠାରେ ମଧ୍ୟ ଏକ କାରକୁ ଧକ୍କା ମାରିଥିଲା ଟ୍ରକ ।