ଲକ୍ଷ୍ନୌ: ପୂର୍ବ ଉତ୍ତର ପ୍ରଦେଶର ମଉ ଜିଲ୍ଲାରେ ଅଘଟଣ । ସୋମବାର ସକାଳୁ ମହମ୍ମଦାବାଦ ତହସିଲରେ ଥିବା ଏକ 2 ମହଲା ବିଶିଷ୍ଠ କୋଠା ଭୁଶୁଡି ଯାଇଛି । ଏହି ଦୁର୍ଘଟଣାରେ 12 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି ।
ଉକ୍ତ କୋଠାରେ ହଠାତ ସିଲିଣ୍ଡର ବିସ୍ଫୋରଣ ହେବାରୁ କୋଠା ଭୁଶୁଡିଯାଇଥିବା ସୂଚନା ମିଳିଛି । ତେବେ ଘଟଣା ସମ୍ପର୍କରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ଏହି କୋଠାରେ କେତେ ଜଣ ଫସିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ମୃତକଙ୍କୁ ପୋଲିସ ଜବତ କରିବା ସହ ଗୁରୁତରଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି ।