ଅହମ୍ମଦାବାଦ: ପୂର୍ବତନ ବିଜେପି ସାଂସଦ ଦିନୁ ସୋଲାଙ୍କିଙ୍କୁ ଆଜୀବନ କାରାଦଣ୍ଡ । ଆରଟିଆଇ କର୍ମଚାରୀ ଅମିତ ଜେଠଓ୍ବାଙ୍କ ହତ୍ୟା ମମଲାରେ ଅହମ୍ମଦାବାଦ ସିବିଆଇ କୋର୍ଟ ଦିନୁ ସୋଲାଙ୍କିଙ୍କ ସମେତ 6 ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।
ଗିର ଫରେଷ୍ଟ ଅଞ୍ଚଳରେ ଅବୈଧ ଖନନ ନେଇ ଖୁଲାସା କରିବାକୁ ଚେଷ୍ଟା କରିବାରୁ ଅମିତ ଜେଠଓ୍ବାଙ୍କୁ 2010 ଜୁଲାଇ 20ରେ ଗୁଜୁରାଟ ହାଇକୋର୍ଟ ବାହାରେ ହତ୍ୟା କରାଯାଇଥିଲା ।