ETV Bharat / bharat

ଷଷ୍ଠ ପର୍ଯ୍ୟାୟ: ଜ୍ୟୋତିରାଦିତ୍ୟ ସିନ୍ଧିୟା ସବୁଠାରୁ ଧନୀ ପ୍ରାର୍ଥୀ

author img

By

Published : May 6, 2019, 4:06 AM IST

Updated : May 6, 2019, 9:00 AM IST

ଷଷ୍ଠ ପର୍ଯ୍ୟାୟରେ ୧୮୯ (୨୦%) ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ ରହିଛି । ୧୪୬(୧୫%) ପ୍ରାର୍ଥୀଙ୍କ ନାଁରେ ଗମ୍ଭୀର ଅପରାଧିକ ମାମଲା ରୁଜୁ ରହିଛି । ଏହାସହ ୩୧୧(୩୨%) ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି କୋଟିପତି । ଷଷ୍ଠ ପର୍ଯ୍ୟାୟରେ ସର୍ବାଧିକ ଅପରାଧିକ ମାମଲା ରୁଜୁ ଥିବା ପ୍ରାର୍ଥୀ ବିଜେପି(୪୮%)ରେ ରହିଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ସରିଯାଇଛି ୪ଟି ପର୍ଯ୍ୟାୟର ମତଦାନ । ଆଜି ପଞ୍ଚମ ପର୍ଯ୍ୟାୟର ମତଦାନ । ମେ ୧୨ରେ ହେବାର ଅଛି ଷଷ୍ଠ ପର୍ଯ୍ୟାୟର ମତଦାନ । ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ଆସନରେ ୯୭୯ ପ୍ରାର୍ଥୀ ମଇଦାନରେ ଅଛନ୍ତି । ଏଥିମଧ୍ୟରୁ ୯୬୭ ପ୍ରାର୍ଥୀଙ୍କ ଏଫିଡେଭିଟର ଯାଞ୍ଚ କରାଯାଇଛି ।

ଷଷ୍ଠ ପର୍ଯ୍ୟାୟରେ ୧୮୯(୨୦%) ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ ରହିଛି । ୧୪୬(୧୫%) ପ୍ରାର୍ଥୀଙ୍କ ନାଁରେ ଗମ୍ଭୀର ଅପରାଧିକ ମାମଲା ରୁଜୁ ରହିଛି । ଏହାସହ ୩୧୧(୩୨%) ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି କୋଟିପତି । ଷଷ୍ଠ ପର୍ଯ୍ୟାୟରେ ସର୍ବାଧିକ ଅପରାଧିକ ମାମଲା ରୁଜୁ ଥିବା ପ୍ରାର୍ଥୀ ବିଜେପିରେ ପ୍ରାୟ(୪୮%)ରେ ରହିଛି ।

ଏହାପରେ ୪୪ ପ୍ରତିଶତ କଂଗ୍ରେସ ଓ ବିଏସପିରେ ୩୯ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ ରହିଛି । ୫୯ଟି ଆସନରୁ ୩୪ଟି ଆସନକୁ ରେଡ ଆଲର୍ଟ ଘୋଷଣା କରାଯାଇଛି । ରେଡଆଲର୍ଟ ଅର୍ଥ ଗୋଟିଏ ଆସନରେ ୩ରୁ ଅଧିକ ପ୍ରାର୍ଥୀ ନିଜ ଅପରାଧିକ ମାମଲା ଥିବାର ଘୋଷଣା କରିଛନ୍ତି । ଏହି ପର୍ଯ୍ୟାୟରେ ୩୦୭ ଜଣ ପ୍ରାର୍ଥୀ ସ୍ବାଧୀନ ଭାବେ ନିର୍ବାଚନ ଲଢୁଛନ୍ତି । ଏଥିରୁ ୫୪ ପ୍ରାର୍ଥୀ ହେଉଛନ୍ତି କୋଟିପତି ।

ଏହି ପର୍ଯ୍ୟାୟରେ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ମଧ୍ୟପ୍ରଦେଶର ଗୁଣା ସଂସଦୀୟ କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିୟା । ତାଙ୍କର ସର୍ବମୋଟ ୩୭୪ କୋଟି ଟଙ୍କାରୁ ଉର୍ଦ୍ଧ୍ବ ସମ୍ପତ୍ତି ରହିଛି । ଏହାପରେ ଦ୍ବିତୀୟ ସ୍ଥାନରେ ପୂର୍ବ ଦିଲ୍ଲୀ ଆସନରୁ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର ଅଛନ୍ତି । ତାଙ୍କ ପାଖରେ ୧୪୭ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ରହିଛି । ଅନ୍ୟପକ୍ଷେ ପଶ୍ଚିମବଙ୍ଗର ପୁରୁଲିଆ ଆସନରୁ ଏସଏଚଏସ ପାର୍ଟିର ପ୍ରାର୍ଥୀ ରାଜିବ ମେହେଟ୍ଟାଙ୍କ ପାଖରେ କୌଣସି ସମ୍ପତ୍ତି ନାହିଁ । ଏହି ସମସ୍ତ ସୂଚନା ଆସୋସିଏସନ ଫର ଡେମୋକ୍ରାଟିକ ରିଫମର୍ସ(ଏଡିଆର) ତରଫରୁ ଜାରି କରାଯାଇଛି ।

Intro:Body:Conclusion:
Last Updated : May 6, 2019, 9:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.