ETV Bharat / bharat

ଷଷ୍ଠ ପର୍ଯ୍ୟାୟ ଭୋଟିଂ, ହେଭିଓ୍ବେଟଙ୍କ ଭାଗ୍ୟ ନିର୍ଦ୍ଧାରିତ କରିବେ ଜନତା

ଆଉ କିଛି ସମୟ ପରେ ଆରମ୍ଭ ହେବ ଷଷ୍ଠ  ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ 7 ରାଜ୍ୟର 59 ଟି ଆସନ ପାଇଁ ମତାଧିକାର ସାବ୍ୟସ୍ତ କରିବେ ଭୋଟର ।

author img

By

Published : May 12, 2019, 6:50 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଆରମ୍ଭ ହେବ ଷଷ୍ଠ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ 7 ରାଜ୍ୟର 59 ଟି ଆସନ ପାଇଁ ମତାଧିକାର ସାବ୍ୟସ୍ତ କରିବେ ଭୋଟର । ଏହି ପର୍ଯ୍ୟାୟରେ ସର୍ବମୋଟ 979 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 10.16 କୋଟି ମତଦାତା । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଦିଲ୍ଲୀ, ହରିୟାଣା, ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ହେବ ଭୋଟ ଗ୍ରହଣ । ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମତାଧିକାର ସାବ୍ୟସ୍ତ କରିବେ ମତଦାତା ।

ଏହି ପର୍ଯ୍ୟାୟ ନିର୍ବାଚନରେ ଅନେକ ହେଭିଓ୍ବେଟ ନେତାଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ ହେବ । ତେବେ ଏହି ପର୍ଯ୍ୟାୟରେ ସର୍ବମୋଟ 979 ପ୍ରାର୍ଥୀଙ୍କ ମଧ୍ୟରୁ ସର୍ବାଧିକ 769 ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରୁ ଶାସକ ବିଜେପି ନିଜର 54 ପ୍ରାର୍ଥୀ ମୈଦାନରେ ଓହ୍ଲାଉଥିବେ ବେଳେ ଦ୍ବିତୀୟ ନମ୍ବରରେ ବହୁଜନ ସମାଜବାଦୀ ପାର୍ଟି ରହିଛି, ଯିଏ ନିଜର 49 ପ୍ରାର୍ଥୀଙ୍କୁ ଭାଗ୍ୟ ନିର୍ଦ୍ଧାରଣ ପାଇଁ ଓହ୍ଲାଇଛି । ଏହା ବ୍ୟତୀତ କଂଗ୍ରେସର 46, ଶିବସେନାର 16, ଆପର 12, ତୃଣମୂଳ କଂଗ୍ରେସର 10, ସିପିଆଇର 7 ଏବଂ ସିପିଏମର 6 ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଇଭିଏମରେ ସିଲ ହେବ ।

ଏହି ପର୍ଯ୍ୟାୟ ନିର୍ବାଚନରେ ଅନେକ ହେଭିଓ୍ବେଟ ନେତାଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ ହେବ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତ, ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, ସାଧ୍ବୀ ପ୍ରଜ୍ଞା, କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ, ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ, ମେନକା ଗାନ୍ଧୀ, କିର୍ତ୍ତି ଆଜାଦ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ଅନେକ ହେଭିଓ୍ବେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ ।

ଉତ୍ତର ପ୍ରଦେଶର 14, ମଧ୍ୟ ପ୍ରଦେଶର 8, ଦିଲ୍ଲୀର 7, ହରିୟାଣାର 10, ବିହାରର 8, ଝାଡଖଣ୍ଡର 4 ଏବଂ ପଶ୍ଚିମବଙ୍ଗର 8ଟି ଲୋକସଭା ଆସନ ପାଇଁ ଭୋଟର ନିଜ ନିଜ ପ୍ରତିନିଧି ଚୟନ କରିବେ ।

ଷଷ୍ଠ ପର୍ଯ୍ୟାୟ ଭୋଟିଂ ପାଇଁ ସର୍ବମୋଟ 1.13 ଲକ୍ଷ ମତଦାନ କେନ୍ଦ୍ର ଗଠନ କରାଯାଇଛି । ଏହି ପର୍ଯ୍ୟାୟରେ ସର୍ବମୋଟ 10.16 କୋଟି ମତଦାତା ଥିବା ବେଳେ ସେଥିମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା 5.42 କୋଟି, ମହିଳା ମତଦାତାଙ୍କ ସଂଖ୍ୟା 4.74 କୋଟି ଏବଂ 3307 ସମଲିଙ୍ଗୀ ମତଦାତା ରହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଏହି ପର୍ଯ୍ୟାୟରେ ତ୍ରିପୁରାର 1 ବିଧାନସଭା ଆସନ ପାଇଁ ସାନି ମତଦାନ ହେବ । ପଶ୍ଚିମ ତ୍ରିପୁରା ସଂସଦୀୟ କ୍ଷେତ୍ରର 168 ଟି ବୁଥରେ ଏହି ସାନି ମତଦାନ ହେବ । ତ୍ରିପୁରାର 29 ବିଧାନସଭା କ୍ଷେତ୍ରରେ ଗତ 11 ଏପ୍ରିଲରେ ମତଦାନ ହୋଇଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଦେଖାଯିବାରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।

Intro:Body:

breaking

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.