ଶ୍ରୀନଗର: ଏଲଓସିରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନ । ପାକିସ୍ତାନ ସେନା ଗୁଳିରେ 6 ଜଣ ଭାରତୀୟ ନାଗରିକ ଆହତ ହୋଇଥିବା ଜଣାପଡିଛି । ଜମ୍ମୁ ଓ କାଶ୍ମୀରର କୁପଓ୍ବାଡାରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ସୂଚନା ।
ଉତ୍ତର କାଶ୍ମୀରର ଜିଲ୍ଲା କୁପୱାଡାର ନୌଗାମ ଏବଂ ଟଙ୍ଗଧର ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଟଙ୍ଗଧର ସେକ୍ଟରରେ ପାକିସ୍ତାନ ଗୁଳି ବିନିମୟରେ 6 ଜଣ ଭାରତୀୟ ନାଗରିକ ଆହତ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ନଉଗାମ ସେକ୍ଟରରୁ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ । ଅନ୍ୟପକ୍ଷେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନକୁ ବୀରତ୍ବର ସହ ମୁହଁତୋଡ ଜବାବ ଦିଆଯାଉଛି ।