ETV Bharat / bharat

4197ଟି ଶ୍ରମିକ ସ୍ପେଶାଲ ଟ୍ରେନରେ ଫେରିଛନ୍ତି 58 ଲକ୍ଷ ଯାତ୍ରୀ - ଶ୍ରମିକ ସ୍ପେଶାଲ ଟ୍ରେନରେ ଫେରିଛନ୍ତି 58 ଲକ୍ଷ ଯାତ୍ରୀ

ମେ 1ରୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ଆରମ୍ଭ କରିଥିଲା ରେଳବାଇ । ଜୁନ୍ 3 ଯାଏଁ ମୋଟ୍ 4197ଟି ଟ୍ରେନ ଚାଲିଛି । ଏଥିରେ ଗୁଜୁରାଟରୁ ସର୍ବାଧିକ 1026 ଟ୍ରେନ ଚଳାଚଳ କରିଛି । ଦ୍ବିତୀୟରେ ମହାରାଷ୍ଟ୍ରରୁ 802, ପଞ୍ଜାବରୁ 416, ଉତ୍ତର ପ୍ରଦେଶ ଓ ବିହାରରୁ 294 ଲେଖାଏଁ ଟ୍ରେନ ବାହାରିଛି । ଅଧିକ ପଢନ୍ତୁ...

4197ଟି ଶ୍ରମିକ ସ୍ପେଶାଲ ଟ୍ରେନରେ ଫେରିଛନ୍ତି 58 ଲକ୍ଷ ଯାତ୍ରୀ

author img

By

Published : Jun 3, 2020, 10:58 PM IST

ନୂଆଦିଲ୍ଲୀ: କୋରୋନା ମହାସଙ୍କଟ ସମୟରେ ଦେଶବାସୀଙ୍କ ସାହା ପାଲଟିଛି ଭାରତୀୟ ରେଳବାଇ । ଦେଶର ବିଭିନ୍ନ ଜାଗାରେ ଫସିଥିବା ଲୋକଙ୍କୁ ଘରକୁ ଫେରାଇ ଆଣିଛି ରେଳବାଇର 4197ଟି ଶ୍ରମିକ ସ୍ପେଶାଲ ଟ୍ରେନ । ଏଥିରେ ମୋଟ୍ 58 ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରିଥିବା ରେଳବାଇ ସୂଚନା ଦେଇଛି ।

ମେ 1ରୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ଆରମ୍ଭ କରିଥିଲା ରେଳବାଇ । ଜୁନ୍ 3 ଯାଏଁ ମୋଟ୍ 4197ଟି ଟ୍ରେନ ଚାଲିଛି । ବୁଧବାର ସକାଳ 9ଟା ଯାଏଁ ଆଉ 81ଟି ଟ୍ରେନ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଛି । ମୋଟ୍ 34 ଦିନରେ 58 ଲକ୍ଷରୁ ଅଧିକ ଶ୍ରମିକ, ଛାତ୍ରଛାତ୍ରୀ, ସାଧାରଣ ନାଗରିକଙ୍କୁ ନିଜ ରାଜ୍ୟକୁ ଫେରାଇ ଅଣାଯାଇଛି ବୋଲି ରେଲୱେ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦିଆଯାଇଛି ।

ଗୁଜରାଟରୁ ସର୍ବାଧିକ 1026 ଟ୍ରେନ ଚଳାଚଳ କରିଛି । ଦ୍ବିତୀୟରେ ମହାରାଷ୍ଟ୍ରରୁ 802, ପଞ୍ଜାବରୁ 416, ଉତ୍ତର ପ୍ରଦେଶ ଓ ବିହାରରୁ 294 ଲେଖାଏଁ ଟ୍ରେନ ବାହାରିଛି । ସେହିପରି ଯେଉଁସବୁ ରାଜ୍ୟମାନଙ୍କରେ ଏହି ସମସ୍ତ ଟ୍ରେନ ପହଞ୍ଚିଛି ସେଥିରେ ସବୁଠୁ ଆଗରେ ରହିଛି ଉତ୍ତର ପ୍ରଦେଶ । ଏଠାକୁ 1682ଟି ଟ୍ରେନ ଫେରିଛି । ଏହା ପଛକୁ ବିହାର 1495, ଝାଡଖଣ୍ଡ 197, ଓଡିଶା 187 ଓ ପଶ୍ଚିମବଙ୍ଗକୁ 156ଟି ଟ୍ରେନରେ ପ୍ରବାସୀ ଶ୍ରମିକ ଓ ନାଗରିକ ଫେରିଛନ୍ତି । ଏହାଛଡା ଜୁନ୍ 1ରୁ 15 ଯୋଡା ସ୍ବତନ୍ତ୍ର ରାଜଧାନୀ ଟ୍ରେନ ଏବଂ 200ଟି ସାଧାରଣ ଟ୍ରେନ ସେବା ଆରମ୍ଭ କରାଯାଇଛି ବୋଲି ରେଳବାଇ କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.