ETV Bharat / bharat

ମାସ୍କ ନପିନ୍ଧିବା ପଡିଲା ମହଙ୍ଗା, ଗୋଟିଏ ଦିନରେ 56,950 ଟଙ୍କା ଫାଇନ ଆଦାୟ - ଗୋଟିଏ ଦିନରେ 56,950 ଟଙ୍କା ଫାଇନ ଆଦାୟ

ବିହାର ସରକାର ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ସରିବା ସହ ଯିଏ ଏହାର ବ୍ୟବହାର କରୁନାହିଁ ସେଥିପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଅଧିକ ପଢନ୍ତୁ...

ମାସ୍କ ନପିନ୍ଧିବା ପଡିଲା ମହଙ୍ଗା, ଗୋଟିଏ ଦିନରେ 56,950 ଟଙ୍କା ଫାଇନ ଆଦାୟ

author img

By

Published : Jul 7, 2020, 11:47 AM IST

ପାଟନା: ବିହାରରେ ଯେଉଁମାନେ ବାହାରକୁ ଯିବା ସମୟରେ ମାସ୍କ ବ୍ୟବହାର କରୁନାହାଁନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିପ୍ରତି ଧ୍ୟାନ ଦେବାକୁ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପରେ ପୋଲିସ-ପ୍ରଶାସନ 24 ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି 1139 ଜଣଙ୍କ ଠାରୁ 56 ହଜାର 950 ଟଙ୍କା ଫାଇନ ଆଦାୟ କରିଛି ।

ଏଥିସହ, ପାଟନା ଡିଏମଙ୍କ ନିର୍ଦ୍ଦେଶ କ୍ରମେ ବିହାରର ଅନେକ ସ୍ଥାନରେ ଛାପାମାରୀ ଅଭିଯାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୋମବାର 501ଟି ଦୋକାନ, 93 ଟି ଦୋକାନରେ ନୋଟିସ ଏବଂ 50ଟି ଦୋକାନକୁ 3 ଦିନ ଯାଏଁ ବନ୍ଦ କରିଦିଆଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 1289 ଦୋକାନ ଯାଞ୍ଚ କରାଯାଇଛି, 245ଟିକୁ ନୋଟିସ ଏବଂ 141ଟି ଦୋକାନକୁ 3 ଦିନ ପାଇଁ ବନ୍ଦ କରାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟ କୁମାର ରବି ଏହି ଛାପାମାରୀ କାର୍ଯ୍ୟକୁ ତୀବ୍ର କରିବା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନଲକ 2.0କୁ କାର୍ଯ୍ୟକାରୀ କରିବା ପାଇଁ, ପ୍ରତ୍ୟେକ ସବଡିଭିଜନ ଅଞ୍ଚଳରେ ଚାଲିଥିବା ଏହି କାର୍ଯ୍ୟ ଉପରେ କଡା ନଜର ରଖିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ ସମସ୍ତ ସବଡିଭିଜନାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ କୋରୋନା ବିସ୍ତାର ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବ୍ୟକ୍ତି ମାସ୍କ ବ୍ୟବହାର କରିବା ଜରୁରୀ। ଆହୁରି ମଧ୍ୟ, ସାମାଜିକ ଦୂରତା ବଜାୟ ରଖିବାର ଆବଶ୍ୟକତା ଅଛି । ତେଣୁ, ଏଥିପ୍ରତି ଧ୍ୟାନ ଦେଇ ତଦାରଖ କରିବା ଆବଶ୍ୟକ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.