ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇ 46 ଲକ୍ଷ ପାର କରିଛି । ପୂର୍ବଦିନ ମାନଙ୍କ ଅପେକ୍ଷା ବର୍ତ୍ତମାନ ପ୍ରତ୍ୟେକ ଦିନ 90 ହଜାର ଉପରେ ସଂକ୍ରମଣ ସଂଖ୍ୟା ରିପୋର୍ଟ ହେଉଛି । ଯାହା ଏବେ ବେଶ ଚିନ୍ତାର କାରଣ ପାଲଟିଛି । ଆଉ ଏହାକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ଟେଷ୍ଟକୁ ବଢାଇ ଦିଆଯାଇଛି ।
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ 10 ଲକ୍ଷ 91 ହଜାର 251ଟି କୋଭିଡ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ସେପ୍ଟେମ୍ବର 11 ସୁଦ୍ଧା 5 କୋଟି 51 ଲକ୍ଷ 89 ହଜାର 226ଟି କୋରୋନା ସାମ୍ପଲ ଟେଷ୍ଟ ସରିଛି ।
ଦେଶରେ 46 ଲକ୍ଷ 59 ହଜାର 985 ପାର କରିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 36 ଲକ୍ଷ 24 ହଜାର 197 ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ, ଏଥିରେ 9 ଲକ୍ଷ 58 ହଜାର 316 ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 77 ହଜାର 472 ଜଣଙ୍କର ମୃତ୍ୟୁ ଘଟିଛି।