ETV Bharat / bharat

ଅମ୍ପାନ ମୁକାବିଲା: ଏନଡିଆରଏଫର 53 ଟିମ୍ ନିୟୋଜିତ - 53 teams deployed to save lifes

ମେ 20ରେ ପଶ୍ଚିମବଙ୍ଗର ଦିଘା ଓ ବାଂଲାଦେଶର ହାଟିଆ ଦ୍ବୀପ ମଧ୍ୟରେ ଘୂର୍ଣ୍ଣିବଳୟ ‘ଅମ୍ଫାନ୍’ ଉପକୂଳ ଛୁଇଁ ପାରେ । ଏହାକୁ ଧ୍ୟାନରେ ରଖି ଏନଡିଆରଏଫ ଧନଜୀବନ ରକ୍ଷା ପାଇଁ 53 ଟି ଟିମ୍ ନିୟୋଜିତ କରିଛି।

53 teams deployed
ଏନଡିଆରଏଫର 53 ଟିମ୍ ନିୟୋଜିତ
author img

By

Published : May 19, 2020, 9:07 AM IST

ନୂଆଦିଲ୍ଲୀ: ମେ 20ରେ ପଶ୍ଚିମବଙ୍ଗର ଦିଘା ଓ ବାଂଲାଦେଶର ହାଟିଆ ଦ୍ବୀପ ମଧ୍ୟରେ ଘୂର୍ଣ୍ଣିବଳୟ ‘ଅମ୍ଫାନ୍’ ଉପକୂଳ ଛୁଇଁ ପାରେ । ଏହାକୁ ଧ୍ୟାନରେ ରଖି ଏନଡିଆରଏଫ ଧନଜୀବନ ରକ୍ଷା ପାଇଁ 53 ଟି ଟିମ୍ ନିୟୋଜିତ କରିଛି।

ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳର ମହାନିର୍ଦ୍ଦେଶକ ଏସ ଏନ ପ୍ରଧାନ କହିଛନ୍ତି ଯେ ଏନଡିଆରଏଫ ‘ଅମ୍ଫାନ’କୁ ହାଲକା ଭାବେ ଗ୍ରହଣ କରୁନାହିଁ କାରଣ ଏହା ଦ୍ବିତୀୟ ଥର ବଙ୍ଗୋପସାଗରରେ ଭାରତ ଏତେ ବଡ ଘୂର୍ଣ୍ଣିବଳୟ ସମ୍ମୁଖୀନ ହୋଇଛି। ପ୍ରଧାନ କହିଛନ୍ତି ଯେ ଏହା ଏକ ଗୁରୁତ୍ବପୂର୍ଣ୍ଣ କାରଣ 1999 ରେ ଓଡିଶା ଉପକୂଳରେ ପ୍ରବଳ ଘୂର୍ଣ୍ଣିବଳୟ ପରେ ଏହା ସେହି ବର୍ଗର ଦ୍ବିତୀୟ ଝଡ ଅଟେ। ସେ କହିଛନ୍ତି ଯେ 20 ମେ ରେ ପଶ୍ଚିମବଙ୍ଗର ଦିଘା ଓ ବାଂଲାଦେଶର ହାଟିଆ ଦ୍ବୀପ ଉପକୂଳରେ ଘୂର୍ଣ୍ଣିବଳୟ ମାଡ କରିପାରେ ବୋଲି ଆଶଙ୍କା ରହିଛି ।

‘ଅମ୍ଫାନ୍’ ଉପକୂଳକୁ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି 195 ରୁ 200 କିଲୋମିଟର ହେବ ଏବଂ ଏହା ଜନବହୁଳ ଅଞ୍ଚଳ ଉପରେ ପ୍ରଭାବ ପକାଇବ। ଆଇଏମଡିର ପୂର୍ବାନୁମାନ ଅନୁଯାୟୀ କୁଚା ଘର, ମାଟି ଛାତ, ନଡିଆ ଗଛ, ଟେଲିଫୋନ୍ ଓ ବିଦ୍ୟୁତ ଖୁଣ୍ଟି ଗୁରୁତର କ୍ଷତି ହୋଇପାରେ। ଜୀବନ ଓ ସମ୍ପତ୍ତି ନଷ୍ଟ ହେବାର ମଧ୍ୟ ସମ୍ଭାବନା ରହିଛି ତେଣୁ ଆମର ପ୍ରସ୍ତୁତି ସେହି ଅନୁଯାୟୀ ହେବା ଉଚିତ ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ ଏହା କୁହାଯାଇଛି। ଏନଡିଆରଏଫ ମୁଖ୍ୟ କହିଛନ୍ତି ଯେ ଏହି ଫୋର୍ସ ଓଡିଶା ଓ ପଶ୍ଚିମବଙ୍ଗର ସମୁଦାୟ 53 ଟି ଟିମ୍ ନିୟୋଜିତ କରିଛି, ଏମାନଙ୍କ ମଧ୍ୟରୁ କେତେକ ଷ୍ଟାଣ୍ଡବାଇରେ ମଧ୍ୟ ପ୍ରସ୍ତୁତ ଅଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.