ନୂଆଦିଲ୍ଲୀ : 24 ଘଣ୍ଟାରେ 53 ଜଣ ବିଏସଏଫ ଯବାନ କୋରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ 4 ଜଣ ସୁସ୍ଥ ହୋଇଛନ୍ତି । 354 କୋରୋନା ସକ୍ରିୟ ମାମଲା ରହିଥିବା ବେଳେ 659 ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ବର୍ଡର ସିକ୍ୟୁରିର୍ଟି ଫୋର୍ସ ପକ୍ଷରୁ ସୂଚନା ମିଳିଛି ।
ତେବେ ଭାରତରେ ଦିନକୁ ଦିନ କୋରୋନା ପଜେଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଂକ୍ରମଣକୁ ରୋକ ଲାଗାଇବା ପାଇଁ ମୋଦି ସରକାର ଲକଡାଉନ, ସଟଡାଉନ ପରେ ଅନଲକ 1 ଓ ଅନଲକ 2 ମଧ୍ୟ ଦେଶରେ ଲାଗୁ କରିଛନ୍ତି । ଭାରତରେ କୋରୋନା ପଜେଟିଭଙ୍କ ସଂଖ୍ୟା 566840 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 16893 ରହିଛି ।
ସୌଜନ୍ୟ @ANI