ETV Bharat / bharat

ବଦଳିବ ଜମ୍ମୁ କଶ୍ମୀର; 1350 କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା - ବଦଳିବ ଜମ୍ମୁ କଶ୍ମୀର

ଜାମ୍ମୁ-କାଶ୍ମୀରକୁ କେନ୍ଦ୍ରସରକାରଙ୍କର ବଡ ଉପହାର । ଆଜି ପ୍ରେସ ମିଟ୍‌ ଜରିଆରେ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ରାଜ୍ୟର ବିକାଶ ପାଇଁ 1350 କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହାସହ ବିଜୁଳି ଓ ପାଣି ବିଲ୍‌ ରେ 50 ପ୍ରତିଶତ ରିହାତି ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ।

ବଦଳିବ ଜମ୍ମୁ କଶ୍ମୀର; 1350 କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା

author img

By

Published : Sep 19, 2020, 2:06 PM IST

Updated : Sep 19, 2020, 2:12 PM IST

ଶ୍ରୀନଗର: ଜାମ୍ମୁ-କାଶ୍ମୀରକୁ କେନ୍ଦ୍ରସରକାରଙ୍କର ବଡ ଉପହାର । ଆଜି ପ୍ରେସ ମିଟ୍‌ ଜରିଆରେ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ରାଜ୍ୟର ବିକାଶ ପାଇଁ 1350 କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହାସହ ବିଜୁଳି ଓ ପାଣି ବିଲ୍‌ ରେ 50 ପ୍ରତିଶତ ରିହାତି ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ।

ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମୋନଜ ସିନ୍ହା କହିଛନ୍ତି, ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟବସାୟ ସମ୍ପ୍ରଦାୟର ଲୋକଙ୍କ ପାଇଁ 1,350 କୋଟି ଆର୍ଥିକ ପ୍ୟାକେଜର ମଞ୍ଜୁରୀ କରି ଖୁସି ଅନୁଭବ ହେଉଛି । ସେ ଆହୁରୀ ମଧ୍ୟ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ 6 ମାସ ପର୍ଯ୍ୟନ୍ତ କୌଣସି ସର୍ତ୍ତ ବିନା ବ୍ୟବସାୟ ସମ୍ପ୍ରଦାୟରୁ ଯେଉଁମାନେ ଋଣ ନେବେ ସେମାନଙ୍କୁ 5% ସୁଧ ଦେବାକୁ ନିଷ୍ପତ୍ତି ନେଇଛୁ । ଏହା ଏକ ବଡ଼ ସାହାଯ୍ୟ ହେବା ସହ ରୋଜଗାର ସୃଷ୍ଟି କରିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।

ଏହାସହ ଗୋଟିଏ ବର୍ଷ ପାଇଁ ବିଜୁଳି ଓ ପାଣି ବିଲ୍‌ ରେ 50 ପ୍ରତିଶତ ରିହାତି ଦେବାକୁ ମଧ୍ୟ ଘୋଷଣା କରିଛନ୍ତି । ସମସ୍ତ ଋଣ ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ, ମାର୍ଚ୍ଚ 2021 ପର୍ଯ୍ୟନ୍ତ ଷ୍ଟାମ୍ପ ଡ୍ୟୁଟିରେ ଛାଡ କରାଯାଇଥିଲା। ଭଲ ମୂଲ୍ୟ ଏବଂ ପରିଶୋଧ ବିକଳ୍ପ ସହିତ ପର୍ଯ୍ୟଟନ କ୍ଷେତ୍ରର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଜାମ୍ମୁ କାଶ୍ମୀର ବ୍ୟାଙ୍କ ଦ୍ବାରା ଏକ କଷ୍ଟୋମାଇଜଡ୍ ସ୍ବାସ୍ଥ୍ୟ-ପର୍ଯ୍ୟଟନ ଯୋଜନା ସ୍ଥାପନ କରାଯିବ ବୋଲି ସେ କହିଛନ୍ତି ।

କ୍ରେଡିଟ୍ କାର୍ଡ ସ୍କିମ୍ ଅଧୀନରେ, ଆମେ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଶିଳ୍ପରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ସର୍ବାଧିକ ସୀମାକୁ 1 ଲକ୍ଷରୁ 2 ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ । ଅକ୍ଟୋବର 1 ରୁ, ଜାମ୍ମୁ-କାଶ୍ମୀର ବ୍ୟାଙ୍କ ଯୁବକ ଏବଂ ମହିଳା ଉଦ୍ୟୋଗ ଗୁଡିକ ପାଇଁ ଏକ ସ୍ବତନ୍ତ୍ର ଡେସ୍କ ଆରମ୍ଭ କରିବ ।

Last Updated : Sep 19, 2020, 2:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.