ଭୋପାଳ: ଦିନକୁ ଦିନ ଶକ୍ତ ଆଉ ସମୃଦ୍ଧ ହେବାରେ ଲାଗିଛି ମଧ୍ୟପ୍ରଦେଶ ବିଜେପି । କଂଗ୍ରେସ ଛାଡ଼ି ଜୋତିରାଦିତ୍ୟ ସିନ୍ଧିଆ ଯେବେଠାରୁ ବିଜେପିରେ ଯୋଗ ଦେଇଛନ୍ତି, ସେବେଠାରୁ ବଦଳି ଯାଇଛି ରାଜ୍ୟ ଭାଜପାର ଭାଗ୍ୟ । ସରକାର ଗଢିବା ସହ ପ୍ରତିଦିନ ଜାରି ରହିଛି ମିଶ୍ରଣ ପର୍ବ ।
ସିନ୍ଧିଆଙ୍କ ସଂସଦୀୟ କ୍ଷେତ୍ର ଗ୍ବାଲିଅରରେ ସୋମବାର 5 ହଜାର କଂଗ୍ରେସ କାର୍ଯ୍ୟକର୍ତ୍ତା କଂଗ୍ରସ ଛାଡି ବିଜେପିରେ ମିଶିଛନ୍ତି । ଏହା ସହ ସମସ୍ତ କର୍ମୀ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକର୍ମରେ ମୁଖ୍ୟମନ୍ତ୍ରୀ ଶିବରାଜ ସି ଚୌହାନଙ୍କ ସମେତ ରାଜ୍ୟ ବିଜେପି ସଭାପତି ମଧ୍ୟ ଉପସ୍ଥିତ ରହିଥିଲେ ।
ସେହିପରି ଭାଜପାରେ ଯୋଗଦାନ ଦେଇଥିବା ସମସ୍ତ ନୂତନ ସଦସ୍ୟଙ୍କୁ ସ୍ବାଗତ କରିବା ସହ ଉଦବୋଧନ ଦେଇ ସିନ୍ଧିଆ କହିଛନ୍ତି, ଆପଣମାନଙ୍କର ମାନ, ସମ୍ମାନ ଏବଂ ସ୍ବାଭିମାନର ରକ୍ଷା କରିବା ପାଇଁ ଭାଜପା ସଂଗଠନ ସର୍ବଦା ଆପଣଙ୍କ ସାଥିରେ ରହିବ ।