ETV Bharat / bharat

ପିଏମଙ୍କ ମେଗା ରାଲି ପାଇଁ 5000 ବସ୍‌ ବୁକିଂ - ମେଗା ରାଲି

ରାମଲୀଳା ମଇଦାନରେ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ମେଗା ରାଲି । ଯେଉଁଥିରେ ଲକ୍ଷଲକ୍ଷ ଲୋକ ସାମିଲ ହେବେ । ଏଥିପାଇଁ 5 ହଜାରରୁ ଊର୍ଦ୍ଧ୍ବ ବସ୍‌ ବୁକିଂ କରାଯାଇଛି ।

ଫାଇଲ ଫଟୋ
author img

By

Published : May 7, 2019, 1:55 PM IST

ନୂଆଦିଲ୍ଲୀ: ଦେଶରେ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଶେଷ ହୋଇଛି । ଏବେ ନଜର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଉପରେ । ନିର୍ବାଚନରେ ବହୁମତ ଆଶାରେ ଜୋରଦାର ପ୍ରଚାରରେ ଲାଗିପଡିଛି ବିଜେପି । ଆଉ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ଆସନ୍ତା 8 ତାରିଖରେ ରାମଲୀଳା ମଇଦାନରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ମେଗାରାଲି ।

ଏହି ରାଲିରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ । ତେଣୁ ପାଖାପାଖି 5ହଜାରରୁ ଊର୍ଦ୍ଧ୍ବ ବସ୍‌ ବୁକିଂ କରାଯାଇଛି । ଏହି ରାଲି ମୋଦି ସରକାରଙ୍କ ପାଇଁ ବହୁ ଗୁରୁତ୍ବ ବହନ କରୁଥିବାରୁ ଏହାକୁ ସଫଳ କରିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ନେତା । ଏପରିକି ରାଲିରେ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ନେତା ପାଇଁ ଦାୟିତ୍ବ ଦିଆଯାଇଛି ।

ଦିଲ୍ଲୀରେ ଆୟୋଜନ ହେଉଥିବା ଏହା ବିଜେପିର ସବୁଠାରୁ ବଡ ରାଲି ଅଟେ । ଏହି ରାଲିକୁ ବିଜୟ ସଂକଳ୍ପ ରାଲି ବୋଲି କୁହାଯାଉଛି । ଏଥିରେ ସବୁ ବର୍ଗର ଲୋକେ ଯେପରି ସାମିଲ ହେବେ ସେଥିପାଇଁ ସମସ୍ତ ଆୟୋଜନ କରାଯାଇଛି । ଖାସ୍ କରି ବିଜେପି ପ୍ରାର୍ଥୀ ମାନଙ୍କ ପାଇଁ ଏହି ରାଲି ଗୁରୁତ୍ବ ବହନ କରୁଛି । ଏହି ରାଲିରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କଣ ବାର୍ତ୍ତା ଦେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିବ ।

Intro:Body:

df

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.