ETV Bharat / bharat

କୋରୋନା ଭୟ: ବିହାରରେ 5 ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ 29

ବିହାରରେ ପୁଣି ବଢିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର 5 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବିହାରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 29 ରେ ପହଞ୍ଚିଛି ।

author img

By

Published : Apr 3, 2020, 9:35 AM IST

corona upadate
ବିହାରରେ 5 ନୂଆ ଆକ୍ରାନ୍ତ ଚିହ୍ନଟ

ପାଟନା: ବିହାରରେ ପୁଣି ବଢିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର 5 ନୂଆ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବିହାରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 29 ରେ ପହଞ୍ଚିଛି ।

ବିହାର ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା 5 ଆକ୍ରାନ୍ତ ମଧ୍ୟରୁ 2 ଜଣ ଗୋପାଳଗଞ୍ଜର ହୋଇଥିବା ବେଳେ ସେମାନେ ନିକଟରେ ମିଡଲ ଇଷ୍ଟରୁ ଫେରିଥିବା ଜଣାପଡିଛି । ସେହିପରି ଅନ୍ୟଜଣେ ବିହାରର ସରନର ହୋଇଥିବା ବେଳେ ନିକଟରେ ସେ ବ୍ରିଟେନରୁ ଫେରିଥିବା ଜଣାପଡିଛି । ବାକି ଦୁଇ ଜଣ କୋରୋନା ଆକ୍ରାନ୍ତ ଗୟାର ହୋଇଥିବା ବେଳେ ସେମାନେ ଏହା ପୂର୍ବରୁ କୋରୋନା ଆକ୍ରାନ୍ତଙ୍କ ଯୋଗାଯୋଗରେ ଆସିଥିବା ଜଣାପଡିଛି ।

ସେହିପରି ଶୁକ୍ରବାର ମହାରାଷ୍ଟ୍ରରେ ଜଣେ ଏବଂ ରାଜସ୍ଥାନରେ 7 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରକାଶ ଥାଉକି, ସମଗ୍ର ଦେଶରେ ଏପ୍ରିଲ 14 ଯାଏଁ ଲକ ଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢି ବଢି ଚାଲିଛି । ଦେଶରେ ବର୍ତ୍ତମାନ ସୁଦ୍ଧା 2069 କୋରୋନା ଆକ୍ରାନ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ 1860 ଆକ୍ଟିଭ ଏବଂ 156 ସୁସ୍ଥ ଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.