ETV Bharat / bharat

ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡିକୁ ଝଟକା, ଦଳ ଛାଡିଲେ 5 MLC - ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡିକୁ ଝଟକା

ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ଲାଗିଛି ବଡ ଝଟକା । ଦଳ ଛାଡିଛନ୍ତି 5 ଜଣ ଆରଜେଡି ବିଧାନ ପରିଷଦ ସଦସ୍ୟ (ଏମଏଲସି)।

ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡିକୁ ଝଟକା
ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡିକୁ ଝଟକା
author img

By

Published : Jun 23, 2020, 3:24 PM IST

ପାଟନା: ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ଲାଗିଛି ବଡ ଝଟକା । ଦଳ ଛାଡିଛନ୍ତି 5 ଜଣ ଆରଜେଡି ବିଧାନ ପରିଷଦ ସଦସ୍ୟ (ଏମଏଲସି)। ଏହା ବ୍ୟତୀତ ଆରଜେଡି ଉପାଧ୍ୟକ୍ଷ ରଘୁବନ ପ୍ରସାଦ ସିଂ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ସୂଚନାନୁସାରେ, ସଞ୍ଜୟ ପ୍ରସାଦ, କମରେ ଆଲମ, ରାଧାଚରଣ ସେଠ, ରଣବିଜୟ ସିଂ ଓ ଦିଲ୍ଲୀପ ରାୟ ଏମଏଲସି ପଦରୁ ଇସ୍ତଫା ଦେଇଛନ୍ତି। ବିଧାନ ପରିଷଦର ଅଧ୍ୟକ୍ଷ ଅବଧେଶ ନାରାୟଣ ସିଂ ଏହାକୁ ନିଶ୍ଚିତ କରିଛନ୍ତି। ଏହି 5 ନେତା ବର୍ତ୍ତମାନ ନୀତିଶ କୁମାରଙ୍କ ଦଳ ଜେଡିୟୁରେ ଯୋଗଦେବେ।

ଇସ୍ତଫା ଦେଇଥିବା ସମସ୍ତ ବିଧାନ ପରିଷଦ ସଦସ୍ୟ (MLC) ଲାଲୁ ପ୍ରସାଦ ଯାଦବଙ୍କ ନିକଟତର ବୋଲି କୁହାଯାଉଛି। ଏ ସମସ୍ତ ଆରଜେଡିର ରାଜବଂଶ ରାଜନୀତି ଓ ତେଜସ୍ବୀ ଯାଦବଙ୍କ ନେତୃତ୍ବରେ କାରଣରୁ ଅସନ୍ତୋଷ ଥିଲେ। ପ୍ରକାଶଥାଉକି, ଜୁଲାଇ 7 ରେ ବିଧାନ ପରିଷଦର 9 ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ତେଜ ପ୍ରତାପ ଯାଦବଙ୍କୁ ଆରଜେଡିରୁ ପ୍ରାର୍ଥୀ କରାଯାଇପାରିବ।

ଆରଜେଡି ପାଖରେ ଥିବା ବିଧାୟକଙ୍କ ସଂଖ୍ୟା ଆଧାରରେ 9ଟି ଆସନ ମଧ୍ୟରୁ 3 ଟି ଆସନରେ ବିଜୟ ସ୍ଥିର । ଏଥିରେ ତେଜ ପ୍ରତାପ ଯାଦବଙ୍କ ବିଜୟ ମଧ୍ୟ ଏକ ପ୍ରକାର ସ୍ଥିର । ତେଜ ପ୍ରତାପ ଯାଦବଙ୍କୁ ବିଧାନ ପରିଷଦ ପଠାଇବା କାରଣରୁ ଅନେକ ନେତା ଅସନ୍ତୋଷ ଥିଲେ ।

ବିଧାନ ପରିଷଦର 9ଟି ଆସନ ଯେଉଁଠାରେ ନିର୍ବାଚନ ହେବାକୁ ଯାଉଛି, ସେମାନଙ୍କ କାର୍ଯ୍ୟକାଳ ମେ ମାସର ପ୍ରଥମ ସପ୍ତାହରେ ଶେଷ ହୋଇଛି । ମନ୍ତ୍ରୀ ଅଶୋକ ଚୌଧୁରୀ, ବିଧାନ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ହାରୁନ ରସିଦ, ହିରା ପ୍ରସାଦ ବିନ୍ଦ, ପି.କେ ଶାହି, ସତୀଶ କୁମାର, ସୋନେ ଲାଲ ମେହେତା, କୃଷ୍ଣ କୁମାର ସିଂ, ରାଧା ମୋହନ ଶର୍ମା ଓ ସଞ୍ଜୟ ପ୍ରକାଶଙ୍କ କାର୍ଯ୍ୟକାଳ ଶେଷ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.