ଭୋପାଲ: ଶନିବାର ଭୋରରୁ ମଧ୍ୟପ୍ରଦେଶର ଉଜ୍ଜୈନ ଠାରେ ଟ୍ରକ୍ ସହ ଏକ ଭ୍ୟାନ୍ ଧକ୍କା ହୋଇଥିଲା। ଫଳରେ 5ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହିତ 7ଜଣ ଆହତ ହୋଇଛନ୍ତି । ଶ୍ରମିକମାନେ କଟଣୀ ଜିଲ୍ଲାରୁ ନିମୁଚକୁ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ହିଁ ଶ୍ରମିକମାନଙ୍କର ମୃତ୍ୟୁ ଘଟିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।
ଦୁର୍ଘଟଣା ନାରୱାର ପୋଲିସ ଷ୍ଟେସନ ଅଧୀନରେ ଥିବା ସ୍ଥାନରେ ହୋଇଥିଲା । ତେବେ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଏଏସପି ରୁପେଶ ଦ୍ବିବେଦୀ ସୂଚନା ଦେଇଛନ୍ତି । ଥାନାରେ ଏକ ମାମଲା ଦାଏର ହେବା ସହ ପୋଲିସ ତନାଘନା ଜାରି ରଖିଛି ।