ETV Bharat / bharat

କାଶ୍ମୀରର 5 ଡାକ୍ତର କୋରୋନା ଆକ୍ରାନ୍ତ - covid-19

ଦେଶରେ ଅନିୟନ୍ତ୍ରିତ ଭାବେ ବଢି ଚାଲିଛି କୋରୋନା ସଂକ୍ରମଣ । ପୁଣି 5 କୋରୋନା ଯୋଦ୍ଧା ଏହି ମହାମାରୀର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ...

କାଶ୍ମୀରର  5 ଡାକ୍ତର କୋରୋନା ଆକ୍ରାନ୍ତ
କାଶ୍ମୀରର 5 ଡାକ୍ତର କୋରୋନା ଆକ୍ରାନ୍ତ
author img

By

Published : May 18, 2020, 3:06 PM IST

ନୂଆଦିଲ୍ଲୀ: ପୁଣି ମହାମାରୀ କୋରୋନାର ଶିକାର ହେଲେ କୋରୋନା ଯୋଦ୍ଧା । ଏକା ସାଙ୍ଗେ 5 ଜଣ ଡାକ୍ତର କୋରୋନା ସଂକ୍ରମିତ ହୋଇଛନ୍ତି । ସମସ୍ତ ଡାକ୍ତର ଜମ୍ମୁ-କାଶ୍ମୀରର । ବର୍ତ୍ତମାନ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମିତ ସଂଖ୍ୟା 1199ରେ ପହଞ୍ଚିଛି ।

କୋରୋନା ପଜିଟିଭି ମହିଳାଙ୍କ ମୃତ୍ୟୁପରେ ଆସି ଏହି ସମସ୍ତ ଡାକ୍ତର ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ସଂକ୍ରମିତ ଡାକ୍ତରଙ୍କ ମଧ୍ୟରୁ ତିନି ଜଣ ଏସଏମଏଚଏସ ହସ୍ପିଟାଲର ହୋଇଥିବାବେଳେ ଏସକେଆଇଆଇଏମଏସ-ଜେଭିସି ରୁ ଜଣେ ଅନ୍ୟ ଜଣେ ସରକାରୀ ଡେଣ୍ଟାଲ ହସ୍ପିଟାଲର । ଏହି ସମସ୍ତ ହସ୍ପିଟାଲ ଶ୍ରୀନଗରରେ ରହିଛି ।

ଏହି ଭାଇରସ୍ ବିରୋଧରେ ଯୁଦ୍ଧର ନେତୃତ୍ୱ ନେଉଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀମାନେ COVID-19ର ଶିକାର ହେବା ଏବେ ଦେଶରେ ଚିନ୍ତା ବଢାଇଛି । ତେବେ ଦେଶରେ ଏବେ ଲକ୍ଷେ ପାଖାପାଖି ଛୁଇଁଲାଣି ସଂକ୍ରମିତ ମାମଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.