ETV Bharat / bharat

ମଧ୍ୟପ୍ରଦେଶରେ 49 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁସଂଖ୍ୟା 30 ଟପିଲା - corona virus news

ମଧ୍ୟପ୍ରଦେଶର ଇନ୍ଦୋରରେ 49 ଟି ନୂତନ କୋଭିଡ୍ 19 ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଜିଲ୍ଲାର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 298 ରେ ପହଞ୍ଚିଛି।

କୋରୋନା ଆକ୍ରାନ୍ତ
COVID19 cases
author img

By

Published : Apr 12, 2020, 9:19 AM IST

ଭୋପାଳ: ସାରା ବିଶ୍ବକୁ କାବୁ କରି ରଖିଛି କୋରୋନା ଭାଇରସ। ଏହି ଭାଇରସ ପାଇଁ ସବୁ ଆଡେ ଲକଡାଉନ। ତଥାପି ରୋକ୍ ଲାଗୁନି ଏହି ମହାମାରୀରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ। ରବିବାର ମଧ୍ୟପ୍ରଦେଶର ଇନ୍ଦୋରରେ 49 ଟି ନୂତନ କୋଭିଡ୍ 19 ମାମଲା ସାମ୍ନାକୁ ଆସିଛି।

ତେବେ 39 ଜଣଙ୍କ ପରୀକ୍ଷା ଫଳାଫଳ ଶୁକ୍ରବାର ବିଳମ୍ବିତ ରାତିରେ ଆସିଛି ଏବଂ ଅନ୍ୟ 10 ଜଣଙ୍କ ଶନିବାର ଦିନ ଆସିଛି। ଏହାକୁ ମିଶାଇ ଜିଲ୍ଲାର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 298 ରେ ପହଞ୍ଚିଛି। ଯେଉଁଥିରେ 30 ଜଣ ମୃତ୍ୟୁ ଏବଂ 28 ଜଣ ଡିସଚାର୍ଜ ବା ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଆଜି ମହାତ୍ମା ଗାନ୍ଧୀ ମେମୋରିଆଲ ମେଡିକାଲ କଲେଜ, ଇନ୍ଦୋର ପକ୍ଷରୁ ସୂଚନା ମିଳିଛି।

ସୂଚନା ଥାଉକି, ଭାରତରେ କୋରୋନା ମୃତ୍ୟୁସଂଖ୍ୟା 8 ହଜାର ପାର କରିଥିବା ବେଳେ ମୃତକଙ୍କ ସଂଖ୍ୟା 242 ରେ ପହଞ୍ଚିଛି। ତେବେ କୋରୋନା ବିସ୍ତାରକୁ ରୋକିବା ପାଇଁ ପୂର୍ବରୁ ଲାଗୁ ହୋଇଥିବା 21 ଦିନିଆ ଲକଡାଉନକୁ ପୁଣି ଦୁଇ ସପ୍ତାହ ବଢାଇ ଦେବାକୁ କିଛି ରାଜ୍ୟ ନିଷ୍ପତ୍ତି ନେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.