ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାମ ନେଉନି । ଧିରେ ଧିରେ ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ ପର୍ଯ୍ୟନ୍ତ 550 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ 5 ଜଣଙ୍କର ମୃତ୍ୟୁ ହୋଇଛି ।
ତେବେ ପୁରା ସୁସ୍ଥ ହୋଇ ହସ୍ପିଟାଲରୁ 47 ଜଣ ଛାଡ ପାଇଛନ୍ତି । ଶେଷ ରିପୋର୍ଟ ନେଗେଟିଭ ପରେ ଏମାନଙ୍କୁ ଡିସଚାର୍ଜ କରାଯାଇଥିବା ୟୁପିର ପ୍ରମୁଖ ସ୍ବାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ କହିଛନ୍ତି । ଏହାସହ ସୋମବାର 118 ଜଣ ପଜିଟିଭ ସ୍ପଷ୍ଟ ହୋଇଥିବା ସେ ସୂଚନା ଦେଇଛନ୍ତି ।
ଏହାସହ ରାଜ୍ୟର ପିଲିଭିଟ ଜିଲ୍ଲା କୋରୋନା ମୁକ୍ତ ଭାବେ ଘୋଷଣା ହୋଇଛି । ଏଠାରେ ମୋଟ 2ଟି ମାମଲା ଥିବାବେଳେ ଆଗରୁ ଜଣେ ସୁସ୍ଥ ହୋଇଥିଲେ । ସୋମବାର ଦ୍ବିତୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଜିଲ୍ଲାରେ ଆଉ କୌଣସି ଆକ୍ରାନ୍ତ ବାହାରିନଥିବାରୁ ଏହାକୁ ବର୍ତ୍ତମାନ ପାଇଁ କୋରୋନା ମୁକ୍ତ ଘୋଷଣା କରାଯାଇଥିବା ଅମିତ କହିଛନ୍ତି ।
ସୌଜନ୍ୟ@ANI