ମୁମ୍ବାଇ: ମହାରାଷ୍ଟ୍ରରେ ଶନିବାର ସକାଳେ 47 ନୂଆ କୋରୋନା ପଜିଟିଭ ରିପୋର୍ଟ କରାଯାଇଛି । ମୁମ୍ବାଇରୁ 28 ଜଣ ପଜିଟିଭ ରହିଥିବା ବେଳେ ଥାନେରୁ 15, ଅମରାବତୀରୁ ଜଣେ, ପୁନେରୁ 2ଜଣ ଓ ପାମ୍ପ୍ରି ଚିଞ୍ଚୱାଡରୁ ଜଣେ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ମହାରାଷ୍ଟ୍ରର ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା 537ରେ ପହଞ୍ଚିଛି ।
ଭାରତରେ କୋରୋନା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି । ଗତ 12 ଘଣ୍ଟା ମଧ୍ୟରେ ଦେଶରେ 355ଟି ନୂଆ ମାମଲା ରିପୋର୍ଟ କରାଯାଇଛି । ଏହାକୁ ନେଇ ବର୍ତ୍ତମାନ ସୁଦ୍ଧା ଦେଶର ମୋଟ କୋରୋନା ମାମଲା 2902ରେ ପହଞ୍ଚିଛି ।
ଅପରପକ୍ଷରେ 68ଜଣ ଲୋକଙ୍କ ମୃତ୍ୟ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି 183 ଜଣ ଲୋକ କୋରୋନାରୁ ଆରୋଗ୍ୟ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ