ETV Bharat / bharat

ମାନବ ଚାଲାଣ ବେଳେ ଝାଡଖଣ୍ଡର 45 ନାବାଳିକାଙ୍କୁ ଉଦ୍ଧାର କଲା ଦିଲ୍ଲୀ ମହିଳା ଆୟୋଗ

author img

By

Published : Nov 8, 2020, 8:00 PM IST

ଝାଡଖଣ୍ଡର ପ୍ରାୟ 45 ନାବାଳିକାଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବରେ ସେମାନଙ୍କୁ ଘରେ ପହଞ୍ଚାଇଛି ଦିଲ୍ଲୀ ମହିଳା ଆୟୋଗ । ଅଧିକ ପଢନ୍ତୁ...

45 ନାବାଳିକାଙ୍କୁ ଉଦ୍ଧାର କଲେ ଦିଲ୍ଲୀ ମହିଳା ଆୟୋଗ

ନୂଆଦିଲ୍ଲୀ: ମାନବ ଚାଲାଣକୁ ନେଇ ଦିଲ୍ଲୀ ମହିଳା ଆୟୋଗକୁ ମିଳିଲା ବଡ ସଫଳତା । ଝାଡଖଣ୍ଡର ପ୍ରାୟ 45 ନାବାଳିକାଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବରେ ସେମାନଙ୍କୁ ଘରେ ପହଞ୍ଚାଇଛି ଦିଲ୍ଲୀ ମହିଳା ଆୟୋଗ । ଏନେଇ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ଗତ ମାସରେ ଝାଡଖଣ୍ଡର କିଛି ନାବାଳିକାଙ୍କୁ ପ୍ଲେସମେଣ୍ଟ ଏଜେନ୍ସି ଦ୍ବାରା ଦିଲ୍ଲୀ ଅଣାଯାଇଥିଲା । ଦିଲ୍ଲୀର ବିଭିନ୍ନ ସ୍ଥାନରେ ସେମାନଙ୍କୁ ବିକ୍ରି କରାଯାଇଥିଲା । ଖବର ପାଇ ଦିଲ୍ଲୀ ମହିଳା ଆୟୋଗ 45 ନାବାଳିକାଙ୍କୁ ଉଦ୍ଧାର କରିଥିଲେ ।

ଏହାପରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ସୂଚନା ଦିଆଯାଇ ନାବାଳିକାଙ୍କୁ ସେମାନଙ୍କ ରାଜ୍ୟକୁ ପଠାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଅବଗତ କରାଯାଇଥିଲା । ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇ ସମସ୍ତ ଅଧିକାରୀଙ୍କ ସହଯୋଗରେ ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ନାବାଳିକାଙ୍କୁ ନିରାପଦରେ ସେମାନଙ୍କ ଘରେ ପହଞ୍ଚାଯାଇଥିଲା । ଏପଟେ ମହିଳା ଆୟୋଗ ପ୍ଲେସମେଣ୍ଟ ଏଜେନ୍ସି ବିରୋଦେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.