ETV Bharat / bharat

ବୁଧବାର ହୋଇଛି 4,46,642 କୋଭିଡ ଟେଷ୍ଟ: ICMR

author img

By

Published : Jul 30, 2020, 1:29 PM IST

ଜୁଲାଇ 29 ସୁଦ୍ଧା ଦେଶରେ ସମସ୍ତ ପଞ୍ଜିକୃତ ଓ ଅଣପଞ୍ଜିକୃତ ଲ୍ୟାବରେ 1 କୋଟି 81 ଲକ୍ଷ 90 ହଜାର 382 କୋରୋନା ଟେଷ୍ଟ ସରିଛି । ଅଧିକ ପଢନ୍ତୁ...

ବୁଧବାର କରାଯାଇଛି 4,46,642ଟି କୋଭିଡ ଟେଷ୍ଟ: ICMR

ନୂଆଦିଲ୍ଲୀ: ଦେଶରେ ବଢୁଥିବା କୋରୋନା ସଂକ୍ରମଣ ସଂଖ୍ୟାକୁ ଗୁରୁତର ସହ ନେଇ ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ପୂର୍ବ ଅପେକ୍ଷା କୋଭିଡ ଟେଷ୍ଟକୁ ବଢାଇ ଦିଆଯାଇଛି । ଯାହାକୁ ନେଇ ପ୍ରତ୍ୟେକ ଦିନ ଦେଶରେ ଲକ୍ଷାଧିକ ସାମ୍ପଲ ଟେଷ୍ଟ କରାଯାଉଛି ।

ଗତ 24 ଘଣ୍ଟାରେ ଦେଶରେ 4 ଲକ୍ଷ 46 ହଜାର 642 କୋରୋନା ସାମ୍ପଲ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ଜୁଲାଇ 29 ସୁଦ୍ଧା 1 କୋଟି 81 ଲକ୍ଷ 90 ହଜାର 382 କୋରୋନା ଟେଷ୍ଟ ସରିଛି । ଏନେଇ ସୂଚନା ଦେଇଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ।

ଯଦି ଦେଶରେ କୋରୋନା ସଂକ୍ରମଣ ସଂଖ୍ୟାକୁ ଦେଖାଯାଏ ତେବେ ଭାରତ ଋଷକୁ ପଛେରେ ପକାଇ 3ୟ ସ୍ଥାନରେ ରହିଛି । ପ୍ରଥମେ ଆମେରିକା ଓ ଦ୍ବିତୀୟରେ ବ୍ରାଜିଲ ରହିଛି । ପ୍ରତ୍ୟେକ ଦିନ ଦେଶରେ 40 ହଜାରରୁ ଉର୍ଦ୍ଧ୍ବ ପଜିଟିଭ ରିପୋର୍ଟ ହେଉଛି । ଯାହାକୁ ମିଶାଇ ଦେଶରେ 15 ଲକ୍ଷ 83 ହଜାର 792ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା । ଏଥିରେ 34 ହଜାର 968 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.