ETV Bharat / bharat

ପୁଣି ମିଜୋରାମକୁ ଭୂକମ୍ପର ଝଟକା, ତୀବ୍ରତା 4.1 ରେକର୍ଡ - ଭୂକମ୍ପରେ ଥରିଲା ମିଜୋରାମ

ଭୂକମ୍ପରେ ଥରିଲା ମିଜୋରାମ। ରିକ୍ଟର ସ୍କେଲରେ ତୀବ୍ରତା 4.1 ରେକର୍ଡ। ଭୂକମ୍ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ପୁଣି ମିଜୋରାମକୁ ଭୂକମ୍ପର ଝଟକା, ତୀବ୍ରତା 4.1 ରେକର୍ଡ

author img

By

Published : Jun 24, 2020, 9:13 AM IST

ଆଇଜଲ: ଭୂକମ୍ପରେ ଥରିଲା ମିଜୋରାମ। ରିକ୍ଟର ସ୍କେଲରେ ତୀବ୍ରତା 4.1 ରେକର୍ଡ। ମଙ୍ଗଳବାର ସକାଳ 8.02 ସମୟର ଭୂକମ୍ପର ଝଟକା ଅନୁଭବ କରିଥିଲେ ସ୍ଥାନୀୟ ବାସିନ୍ଦା। ତେବେ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଠାରୁ 31 କିଲୋମିଟର ଦୂରରେ ଚମ୍ପାଇ ଠାରେ ଭୂକମ୍ପର କେନ୍ଦ୍ରସ୍ଥଳ ସୃଷ୍ଟି ହୋଇଥିଲା। ଏନେଇ ଜାତୀୟ ସେସିମୋଲୋଜୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏବେ ସୁଦ୍ଧା କ୍ଷୟକ୍ଷତି ଜନିତ କୌଁଣସି ସୂଚନା ମିଳିନାହିଁ। ତେବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି।

ସୂଚନା ଥାଉକି, ସୋମବାର ମିଜୋରାମରେ ମଧ୍ୟ 5.3 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିଯୋଗୁଁ ଅନେକ ଘର କ୍ଷତିଗ୍ରସ୍ତ ହେବା ବିଭିନ୍ନ ସ୍ଥାନରେ ରାସ୍ତାରେ ଫାଟ ସୃଷ୍ଟି ହୋଇଥିଲା। ତେବେ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.