ETV Bharat / bharat

ଦିଲ୍ଲୀରେ ଚିନ୍ତା ବଢାଉଛି କୋରୋନା, ସପ୍ତାହରେ ଗଲାଣି 400 ଜୀବନ

author img

By

Published : Nov 8, 2020, 11:01 PM IST

ରାଜଧାନୀ ଦିଲ୍ଲୀରେ ପ୍ରତେକ ଦିନ କୋରୋନା ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ଗତ ସପ୍ତାହ ମଧ୍ୟରେ 400 ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ।ପଢନ୍ତୁ ଅଧିକ...

ଦିଲ୍ଲୀରେ ଚିନ୍ତା ବଢାଉଛି କରୋନା , ସପ୍ତାହରେ ଗଲାଣି 400 ଜୀବନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରତ୍ୟେକ ଦିନ କୋରୋନା ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ଗତ ସପ୍ତାହ ମଧ୍ୟରେ 400 ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି । ଦିନକୁ ଦିନ ବଢୁଥିବା ମୃତ୍ୟୁ ସଂଖ୍ୟା ଦିଲ୍ଲୀ ସରକାର ଓ ଦିଲ୍ଲୀ ବାସୀଙ୍କ ଚିନ୍ତା ବଢାଇବାରେ ଲାଗିଛି । ସବୁ ପ୍ରକାର ମୁକାବିଲା ପ୍ରସ୍ତୁତି ପରେ ମଧ୍ୟ ଦିଲ୍ଲୀରେ କରୋନା ସଂକ୍ରମଣକୁ ରୋକିବାରେ ସ୍ଥାନୀୟ ପ୍ରଶାସନ ଓ ସରକାର ସଫଳ ହେଉନଥିବା ଚିତ୍ର ସାମ୍ନାକୁ ଆସିଛି ।

ଅକ୍ଟୋବର ମାସରେ ପ୍ରତ୍ୟେକ ଦିନ ହାରାହାରି 44 ମୃତ୍ୟୁ ଥିବା ବେଳେ ନଭେମ୍ବର ମାସ ଆରମ୍ଭରୁ ମତ୍ୟୁ ହାରରେ ବୃଦ୍ଧି ଦେଖାଦେଇଛି । ନଭେମ୍ବର 1 ରୁ ନଭେମ୍ବର 7 ପର୍ଯ୍ୟନ୍ତ ତଥ୍ୟକୁ ଦେଖାଗଲେ ଜଣା ପଡେ ଯେ ଏହି ସମୟ ଅବଧି ମଧ୍ୟରେ ପ୍ରାୟ 401 ରୋଗୀ ପ୍ରାଣ ହରାଇଛନ୍ତି । ଯାହା ଦୈନିକ 57 ରୁ ଅଧିକ ରୋଗୀ ପ୍ରତିଦିନ ମୃତ୍ୟୁ ବରଣ କରୁଛନ୍ତି। ଏଥି ସହ ଗତ ମାସ 7 ରୁ ନଭେମ୍ବର 7 ମଧ୍ୟରେ ମୃତ୍ୟୁହାର ହାରାହାରି 44 ରୁ ଅଧିକ ଥିବା ରେକର୍ଡ କରାଯାଇଛି । ଏହି ଏକ ମାସ ମଧ୍ୟରେ 1337 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।

ସେହିପରି ଗତ ଅଗଷ୍ଟ ମାସରେ ମୋଟ 455 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଥିଲା । ବର୍ତ୍ତମାନ ଦିଲ୍ଲୀରେ ମୃତ୍ୟୁ ହାର 1.61 ଥିବା ରେକର୍ଡ କରାଯାଇଛି । ସେହିପରି ମୃତ୍ୟୁ ମାମଲାରେ ଦିଲ୍ଲୀ ସମଗ୍ର ଦେଶରେ 17 ତମ ସ୍ଥାନରେ ରହିଛି । ଦିଲ୍ଲୀରେ କରୋନା ସ୍ଥିତି ଉପରେ ନଜର ରଖିବା ସହ ମୁକାବିଲା ପାଇଁ ଏକ କମିଟି ଗଠନ କରିଛନ୍ତି ଦିଲ୍ଲୀ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.