ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜୟ ନଗର ଅଞ୍ଚଳରେ ଅଭାବନୀୟ ଘଟଣା । ମହିଳାଙ୍କୁ କୋରୋନା ଭାଇରସ କହିବା ପଡିଲା ମହଙ୍ଗା । ପୋଲିସ ଏହି ମାମଲାରେ ଜଣଙ୍କୁ ଗିରଫ କରିବା ସହ ଏକ ସ୍କୁଟି ମଧ୍ୟ ଜବତ କରିଛି । ସୂଚନା ଅନୁସାରେ, ଜଣେ 40 ବର୍ଷିୟ ବ୍ୟକ୍ତି ଗୌରବ ବୋହରା ଜଣେ ମହିଳାଙ୍କୁ କୋରାନା ଭାଇରସ କହିବା ସହ ଛେପ ପକାଇ ଥିଲେ ।
ଏହି ମାମଲାରେ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ପୋଲିସ ଡେପୁଟି କମିଶନର ବିଜୟନ୍ତ ଆର୍ଯ୍ୟ ।
ସୌଜନ୍ୟ @ ANI