ହାଇଦ୍ରାବାଦ: ମହାମାରୀ କୋରୋନା ବିଶ୍ବର ସମସ୍ତ କ୍ଷେତ୍ରକୁ ଦୋହଲାଇ ଦେଇଛି । ଏପରିକି ବୈଶ୍ବିକ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିବାବେଳେ ଶିକ୍ଷା କ୍ଷେତ୍ରରେ କୋରୋନାର ବିଶେଷ ପ୍ରଭାବ ପଡିଛି । ୟୁନିସେଫ୍ ଦ୍ବାରା ପ୍ରକାଶିତ ଏକ ନୂଆ ରିସର୍ଚ୍ଚ ଅନୁସାରେ, ମହାମାରୀ କୋଭିଡ-19 ଯୋଗୁଁ ବିଶ୍ବରେ ଅତି କମରେ 40 ନିୟୁତ ଶିଶୁମାନେ ନିଜର ମହତ୍ବପୂର୍ଣ୍ଣଙ୍କ ପ୍ରାରମ୍ଭିକ ଶିକ୍ଷାବର୍ଷ ଓ ପ୍ରାଥମିକ ଶିକ୍ଷା ସୁବିଧା ପାଇବାରୁ ହିଁ ବଞ୍ଚିତ ହେଉଛନ୍ତି ।
ୟୁନିସେଫ ଅଫିସ ଅଫ ରିସର୍ଚ୍ଚ ଇନୋସିଣ୍ଟି ଦ୍ବାରା ପ୍ରକାଶ ପାଇଥିବା ଏହି ରିସର୍ଚ୍ଚରେ ଶିଶୁଙ୍କ ଯତ୍ନ ଓ ପିଲାଦିନର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ସ୍ଥିତି ଉପରେ କୋଭିଡ ମହାମାରୀ କି ପ୍ରଭାବ ପକାଇଛି, ତାହା ଉଲ୍ଲେଖ ହୋଇଛି ।
ୟୁନିସେଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେନେରିଏଟା ଫୋର କହିଛନ୍ତି , କୋରୋନା ମହାମାରୀ ଦ୍ବାରା ଉପୁଜୁଥିବା ଶିକ୍ଷା ସମ୍ଭନ୍ଧୀୟ ସମସ୍ୟା ଯୋଗୁଁ ଶିଶୁଙ୍କୁ ସେମାନଙ୍କ ଉନ୍ନତ ଓ ଉତ୍ତମ ଆରମ୍ଭରେ ବ୍ୟାଘାତ ସୃଷ୍ଟି କରୁଛି । ଶିଶୁଙ୍କ ଯତ୍ନ ଏବଂ ପିଲାଦିନର ପ୍ରାଥମିକ ଶିକ୍ଷା ଏକ ମୂଳଦୂଆ । ଯେଉଁଥିରେ ଶିଶୁର ବିକାଶର ପ୍ରତ୍ୟେକ ଦିଗ ନିର୍ଭର କରେ । ଯାହାକୁ ଏହି ମହାମାରୀ ବିପଦରେ ପକାଇଥିବା ସେ କହିଛନ୍ତି ।
କୋରୋନା ଯୋଗୁଁ ବିଶ୍ବରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଥିବାବେଳେ ବିଶ୍ବ ଶିଶୁଯତ୍ନ କ୍ଷେତ୍ରରେ ମଧ୍ୟ ସଙ୍କଟ ପରିସ୍ଥିତି ଉପୁଜିଛି । କୋଭିଡ-19ର ପ୍ରଭାବ ଯୋଗୁଁ ସାରା ବିଶ୍ବରେ ଜାରି ହୋଇଛି ଲକଡାଉନ ପରିସ୍ଥିତି । ଯେଉଁଥିପାଇଁ ଅନେକ ପିତାମାତାଙ୍କୁ ନିଜ ଶିଶୁଯତ୍ନକୁ ସନ୍ତୁଳିତ କରିବା ସହ ନିଜ ରୋଜଗାର ପାଇଁ ଅନେକ ସଂଘର୍ଷ କରିବାକୁ ପଡୁଥିବା ଦେଖାଯାଇଛି । ଖାସକରି ସ୍ବଳ୍ପ-ମଧ୍ୟମ ଆୟକାରୀ ଅନେକ ଦେଶ ମାନଙ୍କରେ ପିଲାମାନଙ୍କ ସାମାଜିକ ସୁରକ୍ଷା ଦେବାରେ ଅସମର୍ଥ ।
ଯେତେବେଳେ କି, ପିଲାମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟବସ୍ଥା ପାଇଁ ପୁଷ୍ଟିକର ସୁଷମ ଖାଦ୍ୟ, ପରିବାର ସ୍ନେହ, ସେବାଯତ୍ନର ଏକାନ୍ତ ଆବଶ୍ୟକତା ରହିଛି । ଆଉ ଯେଉଁଥିରେ, ଅଭାବ ହେଲେ ଶିଶୁ ସାମାଜିକ, ଭାବପ୍ରବଣତା ଏବଂ ବୁଦ୍ଧି ବିକଶିତ ନହେବା ସହ ଦକ୍ଷତା ବୃଦ୍ଧି ମଧ୍ୟ ଉତ୍ତମ ରୂପେ ହୋଇପାରେ ନାହିଁ । ଯେଉଁଥିରେ ବାଧ୍ୟ ହୋଇ ଅନେକ ପିତାମାତା ଶିଶୁକୁ ବିପଦପୂର୍ଣ୍ଣ ଅବସ୍ଥାରେ ଛାଡିବାକୁ ବାଧ୍ୟ ହୁଅନ୍ତି । ଏପରିକି 5ବର୍ଷରୁ କମ 35 ନିୟୁତ ଶିଶୁଙ୍କୁ ଉପଯୁକ୍ତ ଳାଳନ ପାଳନ ମିଳେ ନାହିଁ ।
ଏହାଛଡା ଯେଉଁ ପିଲାମାନେ ସବୁବେଳେ ଘରେ ରହିଥାନ୍ତି, ସେମାନଙ୍କୁ କୌଣସି ଖେଳକୁଦ କିମ୍ବା ପ୍ରାରମ୍ଭିକ ଶିକ୍ଷା ମିଳି ନଥାଏ । ସେହି ପିଲାମାନଙ୍କୁ ଏକ ସୁସ୍ଥକର ପରିବେଶ ଦରକାର । 54 ସ୍ବଳ୍ପ-ମଧ୍ୟମ ଦେଶ ମାନଙ୍କରେ ପାଖାପାଖି 40 ପ୍ରତିଶତ 3ରୁ 5 ବର୍ଷର ଶିଶୁମାନେ ନିଜ ପରିବାରଠାରୁ ସାମାଜିକ-ଭାବନାତ୍ମକ ଦେଖାରେଖରୁ ବଞ୍ଚିତ ହୋଇଥାନ୍ତି ।
ଅନ୍ୟପଟେ ଯେଉଁ କର୍ମଜୀବୀ ମହିଳାମାନେ ବାହାରେ କାମ କରୁଛନ୍ତି । ସେମାନେ ଶେଷରେ ବାଧ୍ୟ ହୋଇ ନିଜ ପିଲାଙ୍କୁ ସାଥିରେ ନିଜ କର୍ମକ୍ଷେତ୍ରକୁ ଯାଉଛନ୍ତି । ଆଫ୍ରିକାର 10 ଜଣ ମହିଳାଙ୍କ ମଧ୍ୟରୁ 9 ଏବଂ ଏସିଆ ମହାଦେଶର 10ରୁ 7 ମହିଳାମାନେ ନିଜ ଶିଶୁଙ୍କୁ ଧରି କର୍ମକ୍ଷେତ୍ରକୁ ଯାଉଥିବା ରିପୋର୍ଟରେ କୁହାଯାଇଛି ।
ଯାହାକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ, ସରକାର ଏବଂ ନିଯୁକ୍ତିଦାତାମାନେ ଚାହିଁଲେ ସେମାନଙ୍କ ଶିଶୁଯତ୍ନ ସହ ପ୍ରାଥମିକ ପିଲାଦିର ଶିକ୍ଷା ନୀତି ବ୍ୟବସ୍ଥାକୁ ଆହୁରି ସୁଦୃଢ କରିପାରିବେ । ଯେଉଁଥିରେ ସବୁ ଶିଶୁମାନଙ୍କୁ ପାରିବାରିକର ଆର୍ଥିକ ସଙ୍କଟ ସତ୍ତ୍ବେ ମଧ୍ୟ ଉନ୍ନତ ଗୁଣବତ୍ତା, ଶସ୍ତା ଏବଂ ସୁଲଭ ଶିଶୁଯତ୍ନ ଯୋଗାଇ ପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ