ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ସାମିଲ ସ୍ବଦେଶୀ ପ୍ରାରମ୍ଭିକ ଚେତାବନୀ ଏବଂ ନିୟନ୍ତ୍ରଣ ପ୍ରଣାଳୀରେ ବିଶେଷ ଅବଦାନ ପାଇଁ ବୈଜ୍ଞାନିକ ଡ଼ଃ ରାଜଲକ୍ଷ୍ମୀ ମେନନଙ୍କୁ 2020 ପାଇଁ IISC ର ବିଶିଷ୍ଟ ପୂର୍ବତନ ଛାତ୍ରୀ ଭାବେ ମନୋନୀତ କରାଯାଇଛି । ଚାରିଜଣ ବିଶିଷ୍ଟ ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କ ମଧ୍ୟରେ ସେ ଅଛନ୍ତି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଆଇଏସସି) ସେମାନଙ୍କ ବୃତ୍ତି, ସମାଜ ଏବଂ ପ୍ରତିଷ୍ଠାନ ପାଇଁ ଅତୁଳନୀୟ ଅବଦାନକୁ ପ୍ରୋତ୍ସାହିତ କରିଥାଏ ।
ଗ୍ରହଣ କରାଯାଇଥିବା ନାମାଙ୍କନଗୁଡିକ IISC ନିର୍ଦ୍ଦେଶକ ନିଯୁକ୍ତ କମିଟି ମୂଲ୍ୟାଙ୍କନ କରିଥାନ୍ତି । ଡ଼ଃ କେ ରାଜଲକ୍ଷ୍ମୀ ମେନନଙ୍କ ସହ ଏହି ବର୍ଷ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଫେସର ବି.ଏସ୍ ମୁର୍ତ୍ତୀ, ପ୍ରଫେସର ସେଥୁରମନ୍ ପଞ୍ଚନାଥନ୍ ଏବଂ ଡ଼ଃ କେଶବ ପଣ୍ଡା ଅଛନ୍ତି । ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ ଉଚ୍ଚକୋଟୀର ବ୍ୟକ୍ତିବିଶେଷ ଯେଉଁମାନେ ନିଜ କ୍ଷେତ୍ର ତଥା ସମାଜ ପାଇଁ ଅତୁଳନୀୟ ଅବଦାନ ରଖିଛନ୍ତି ।
ସେମାନଙ୍କ ସଫଳତାକୁ ସମ୍ମାନ ଜଣାଇ ଆମେ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରି ଗୌରବାନ୍ବିତ ବୋଲି ଆଇଆଇଏସସି ନିର୍ଦ୍ଦେଶକ ପ୍ରଫେସର ଗୋବିନ୍ଦନ ରଙ୍ଗରାଜନ୍ କହିଛନ୍ତି । ରାଜଲକ୍ଷ୍ମୀ ମେନନ୍ ବର୍ତ୍ତମାନ DRDO ର ଇଣ୍ଟେଲିଜେନ୍ସ, ସର୍ଭିଲାନ୍ସ, ଟାର୍ଗେଟ୍ ଏବଂ ରେକନାଇସାନ୍ସ (ISTAR) କାର୍ଯ୍ୟକ୍ରମର ଜଣେ ଉଲ୍ଲେଖନୀୟ ବୈଜ୍ଞାନିକ ତଥା କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଅଟନ୍ତି। ସେ ଯଥାକ୍ରମେ 1994 ଏବଂ 2002 ରେ ଏରୋସ୍ପେସ୍ ଇଞ୍ଜିନିୟରିଂରେ MSc (Engg) ଏବଂ ପିଏଚଡି ଡିଗ୍ରୀ ହାସଲ କରି IISc ରୁ ସ୍ନାତକ ହାସଲ କରିଥିଲେ ।
ପ୍ରଫେସର ବି.ଏସ୍ ମୁର୍ତ୍ତୀ ବର୍ତ୍ତମାନ ହାଇଦ୍ରାବାଦରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ନିର୍ଦ୍ଦେଶକ ଅଛନ୍ତି । ପ୍ରଫେସର ସେଥୁରମନ୍ ପଞ୍ଚନାଥନ୍ ଜାତୀୟ ବିଜ୍ଞାନ ଫାଉଣ୍ଡେସନ୍ (NSF) ର ନିର୍ଦ୍ଦେଶକ ଅଟନ୍ତି । ଅନ୍ୟପକ୍ଷେ ଇଞ୍ଜିନିୟରିଂରେ ଅବଦାନ ପାଇଁ ବର୍ତ୍ତମାନ ଟେକ୍ନୋଲୋଜି ସର୍ଭିସେସ୍ ଲିମିଟେଡରେ ସିଇଓ ଅଛନ୍ତି ଡ଼ଃ କେଶବ ପଣ୍ଡା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ