ETV Bharat / bharat

କର୍ଣ୍ଣାଟକ ବିଧାନସଭାରେ ଯୋଗଦେଲେ 4 ବିଦ୍ରୋହୀ କଂଗ୍ରେସ ବିଧାୟକ

author img

By

Published : Feb 14, 2019, 10:53 AM IST

ଶେଷରେ କର୍ଣ୍ଣାଟକ କଂଗ୍ରେସର 4 ବିଦ୍ରୋହୀ ବିଧାୟକ ବିଧାନସଭାରେ ଯୋଗ ଦେଇଛନ୍ତି। ଦଳର ହ୍ୱିପ ଓ ବିଧାୟକ ଦଳ ବୈଠକରେ ଅନୁପସ୍ଥିତ ରହିଥିଲେ ସେମାନେ। ବିରୋଧି ବିଜେପି ଏହି 4 ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି।

ଫାଇଲ ଫଟୋ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ଯୋଗ ଦେଇଛନ୍ତି 4 ବିଦ୍ରୋହୀ କଂଗ୍ରେସ ବିଧାୟକ। ଫେବୃଆରୀ 6ରୁ ଚାଲିଛି ବଜେଟ ଅଧିବେଶନ। ଦଳର ହ୍ୱିପ ଜାରି ପରେ ବି ଅନୁପସ୍ଥିତ ଥିଲେ ବିଧାୟକ ରମେଶ ଜାରକିହୋଲି, ଉମେଶ ଯାଦବ, ମହେଶ କୁମଥାହାଲି ଏବଂ ବି.ନଗେନ୍ଦ୍ର। ବିରୋଧୀ ବିଜେପି ଏହି 4 କଂଗ୍ରେସ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିବାକୁ ଚେଷ୍ଟା କରୁଥିବା କଂଗ୍ରେସ ଅଭିଯୋଗ କରିଛି। ଜେଡିଏସ-କଂଗ୍ରେସ ସରକାରରେ କିଛି କଂଗ୍ରେସ ନେତା ପିସିସିର କାର୍ଯ୍ୟକୁ ନେଇ ଅସନ୍ତୋଷ ଥିବା ଜଣାପଡିଛି।

ରମେଶ ଜାରକିହୋଲି ମଙ୍ଗଳବାର ରାତିରେ ବେଙ୍ଗାଲୁରୁରେ ପହଞ୍ଚିଥିବା ଖବର ସରବରାହ ସଂସ୍ଥା ଏଏନଆଇ ସୂଚନା ଦେଇଛି। କୌଣସି କାରଣରୁ ସେ ରାଜ୍ୟ ବାହାରେ ଥିଲେ । ସେହିପରି ମହେଶ କୁମଥାହାଲି କହିଛନ୍ତି ଦଳର କିଛି ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲେ। ହେଲେ ବଜେଟ ଅଧିବେଶନ ଚାଲିଥିବାରୁ ସେ ବିଳମ୍ବରେ ହେଉ ପଛେ ଯୋଗ ଦେଇଛନ୍ତି ।

ସୂଚନା ରହିଛି କି ବିଧାୟକ ନାରାୟଣ ଗୌଡା ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ତାଙ୍କ ନିର୍ବାଚନ ମଣ୍ଡଳୀ କ୍ରିଷ୍ଣାରାଜପେଟକୁ ମୁଖ୍ୟମନ୍ତ୍ରୀ ଅବହେଳା କରୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

Intro:Body:

ହାଇଦ୍ରାବାଦ: ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । କାରଣ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କର ମାଡାମ ତୁଷାଦ ମ୍ୟୁଜିୟମରେ ଗତକାଲି ତାଙ୍କ ପ୍ରଥମ ମହମ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଛନ୍ତି । ଆଉ ନିଜର ଏହି ପ୍ରତିମୂର୍ତ୍ତି ଦେଖି ପ୍ରିୟଙ୍କାଙ୍କ ସହ ପ୍ରଶଂସକ ବି ବେଶ ଖୁସ ।

ତେବେ ପ୍ରିୟଙ୍କାଙ୍କର ଏହି ପ୍ରତିମୂର୍ତ୍ତିଟି ବିଲକୁଲ ପ୍ରିୟଙ୍କାଙ୍କ ଅବିକଳ । ପ୍ରିୟଙ୍କାଙ୍କର ଏହି ପ୍ରତିମୂର୍ତ୍ତିଟି 2016ର ଇମୀ ଆୱାର୍ଡର ଲୁକ,ଯେଉଁଥିରେ ସେ ଲାଲ ରଙ୍ଗର ଗାଉନ ପିନ୍ଧିଥିଲେ । ପ୍ରକାଶ ଥାଉକି, ପ୍ରିୟଙ୍କା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଗୋଟିଏ ଭିଡିଓ ମାଧ୍ୟମରେ ନିଜ ପ୍ରତିମୂର୍ତ୍ତି କଥା ଘୋଷଣା କରିଛନ୍ତି ।

ପ୍ରିୟଙ୍କାଙ୍କ ଛଡା ନ୍ୟୁୟର୍କର ମାଡାମ ତୁଷାଦ ସୋସିଆଲ ମିଡିଆ ଆକାଉଣ୍ଟ ମଧ୍ୟ ପ୍ରିୟଙ୍କାଙ୍କର ଏହି ସ୍ପେଶାଲ ମୂହୁର୍ତ୍ତକୁ ସେୟାର କରିଛନ୍ତି । ପ୍ରିୟଙ୍କାଙ୍କ କାମ କଥା କହିବାକୁ ଗଲେ, ସେ ଏବେ ଫିଲ୍ମ 'ଇଜ ନଟ ଇଟ ରୋମାଣ୍ଟିକ'ର ପ୍ରମୋଶନରେ ବ୍ୟସ୍ତ । ଏହାଛଡା ପ୍ରିୟଙ୍କା ବଲିଉଡରେ ମଧ୍ୟ ଫିଲ୍ମ 'ଦି ସ୍କାଏ ଇଡ ପିଙ୍କ'ରେ ଫରହାନ ଅଖତର ଓ ଜୋୟା ଅଖତରଙ୍କ ସହ ନଜର ଆସିବେ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.