ନୂଆଦିଲ୍ଲୀ: ସୋମବାର ଦିଲ୍ଲୀ ହାଇକୋର୍ଟରେ 4ଜଣ ବିଚାରପଚି ଶପଥ ଗ୍ରହଣ କରିଛନ୍ତି । ସେମାନଙ୍କୁ ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ ଶପଥ ପାଠ କରାଇ ଥିବାବେଳେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା 40ରେ ପହଞ୍ଚିଛି ।
ତେବେ 4ଜଣ ବିଚାରପତିଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି । ସେମାନେ ହେଲେ ତଲୱନ୍ତ ସିଂହ, ରଜନିଶ ଭଟ୍ଟନାଗର, ଆଶା ମେନନ ଓ ବ୍ରିଜେଶ ସେଟ୍ଟୀ ।
ପ୍ରକାଶ ଥାଉକି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁପ୍ରିମକୋର୍ଟର ସୁପାରିଶ କ୍ରମେ ଏହି 4ଜଣ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି ।