ETV Bharat / bharat

କାୱାସାକି ଓ COVID-19 ମହାମାରୀକୁ ପରାସ୍ତ କଲା 4 ମାସର ଶିଶୁ - 4-month-old baby from West Bengal defeats Kawasaki , COVID-19

କାୱାସାକି ରୋଗ ଏବଂ COVID-19 ଭଳି ମହାମାରୀକୁ ପରାସ୍ତ କରି ଜୀବନ ବାଜିରେ ବିଜୟୀ ହୋଇଛି ଜଣେ 4 ମାସର ଶିଶୁ । କୋଲକାତାରୁ ଆସିଛି ଏପରି ଏକ ଖୁସି ଖବର । ଅଧିକ ପଢନ୍ତୁ...

କାୱାସାକି ଏବଂ COVID-19 ଭଳି ମହାମାରୀକୁ ପରାସ୍ତ କଲା 4 ମାସର ଶିଶୁ

author img

By

Published : Jun 1, 2020, 12:38 PM IST

କୋଲକାତା: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । କାୱାସାକି ରୋଗ ଏବଂ COVID-19 ଭଳି ମହାମାରୀକୁ ପରାସ୍ତ କରି ଜୀବନ ବାଜିରେ ବିଜୟୀ ହୋଇଛି ଜଣେ 4 ମାସର ଶିଶୁ । କୋଲକାତାରୁ ଆସିଛି ଏପରି ଏକ ଖୁସି ଖବର । ଏହି ଶିଶୁଟି ରାଜ୍ୟର ହୁଗଲି ଜିଲ୍ଲାର ବାସିନ୍ଦା ।

ସେ ଜ୍ୱରରେ ଆକ୍ରାନ୍ତ ହୋଇ କ୍ରମାଗତ ଭାବରେ କାନ୍ଦିବା ପରେ କୋଲକାତା ସହରର ଏକ ଘରୋଇ ଡାକ୍ତରଖାନାରେ ତାକୁ ଭର୍ତ୍ତି କରାଯାଇଥିଲା। ଏବଂ ନିରାକରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ କାୱାସାକି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ପରେ, ଯେତେବେଳେ ତାଙ୍କର ଲକ୍ଷଣ ଜାରି ରହିଲା, ସେହି ଶିଶୁର ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିଲା, ଯାହା ଦ୍ବାରା ଜଣାପଡିଥିଲା ଯେ ସେ COVID-19 ଭଳି ମହାମାରୀରେ ମଧ୍ୟ ପିଡ଼ୀତ ।

ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ତାଙ୍କୁ ତୁରନ୍ତ କୋଲକାତା ଘରୋଇ କଲେଜ ଏବଂ ଡାକ୍ତରଖାନାକୁ ପଠାଯାଇଥିଲା। ଫଳରେ ଶିଶୁଟିର ଖୁବ ଶିଘ୍ର ସ୍ବାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ଦେଖା ଦେଇଥିଲା ଏବଂ ଏକ ସପ୍ତାହ ମଧ୍ୟରେ ତାଙ୍କ ଅବସ୍ଥାରେ ଉନ୍ନତି ହେଲା | 10 ଦିନର ଚିକିତ୍ସା ପରେ, COVID-19 ରିପୋର୍ଟରେ ମଧ୍ୟ ନକାରାତ୍ମକ ହୋଇଗଲା | ଇଣ୍ଡିଆନ୍ ପେଡିଆଟ୍ରିକ୍ ଆସୋସିଏସନ୍ ଜର୍ଣ୍ଣାଲ ଏହିପରି ବ୍ୟତିକ୍ରମ ମାମଲାରେ ଲୋକଙ୍କୁ ସଚେତନତା କରାଇବା ପାଇଁ ଶିଶୁର କାହାଣୀ ଅନଲାଇନ ମାଧ୍ୟମରେ ପ୍ରସାରକୁ ନିଷ୍ପତ୍ତି ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.