ETV Bharat / bharat

ଆଜିଠୁ ସେନାର 4 ଦିବସୀୟ କମାଣ୍ଡରସ୍ତରୀୟ ବୈଠକ

ଭାରତ-ଚୀନ ସୀମା ବିବାଦ ମେ-ଜୁନ ରୁ ଲାଗି ରହିଛି । ଆଜି ପର୍ଯ୍ୟନ୍ତ ଏହି ବିବାଦର ଅନ୍ତ ଘଟୁନାହିଁ । ବାରମ୍ବାର ଏନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା, ବୈଠକ କରାଯାଉଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରୁନାହିଁ । ଯାହାକୁ ନେଇ ଆଜି ଠାରୁ 4 ଦିବସୀୟ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଅଧିକ ପଢନ୍ତୁ...

author img

By

Published : Oct 26, 2020, 9:27 AM IST

ଆଜିଠୁ ସେନାର 4 ଦିବସୀୟ କମାଣ୍ଡରସ୍ତରୀୟ ବୈଠକ
ଆଜିଠୁ ସେନାର 4 ଦିବସୀୟ କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ: ସପ୍ତମ ଥର କମାଣ୍ଡରସ୍ତରୀୟ ଆଲୋଚନା ପରେ ମଧ୍ୟ ଭାରତ-ଚୀନ ସୀମା ବିବାଦର କୌଣସି ନିଷ୍କର୍ସ ବାହାରି ପାରୁନାହିଁ । ଆସନ୍ତା ସପ୍ତାହରେ ଏନେଇ ପୁଣି ଥରେ ବୈଠକ ବସିବ । ତେବେ ସୀମା ବିବାଦକୁ ନେଇ ଆଜି ଠାରୁ 4 ଦିବସୀୟ କମାଣ୍ଡର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ସମ୍ମିଳନୀରେ ସମସ୍ତ ସାମରିକ ଓ ମାନବ ସମ୍ବଳ ଉପରେ ବିଚାର ବିମର୍ଷ କରାଯିବ ।

ଭାରତୀୟ ସେନାର କମାଣ୍ଡରସ୍ତରୀୟ ସମ୍ମିଳନୀ ଗୋଟିଏ ବର୍ଷରେ 2 ଥର ବସିଥାଏ । ଏହି କାର୍ଯ୍ୟକ୍ରମର ଶୀର୍ଷସ୍ତରୀୟ ବୈଠକ । ଦିଲ୍ଲୀରେ ଆୟୋଜିତ ହେବାକୁ ବୈଠକ ଅକ୍ଟୋବର 26ରୁ 29 ପର୍ଯ୍ୟନ୍ତ ଚାଲିବ । ସମ୍ମିଳନୀରେ ସେନାର ବରିଷ୍ଠ ଅଧିକାରୀ, ଉପସେନା, କମାଣ୍ଡର ଓ ସେନା ମୁଖ୍ୟାଳୟର ପ୍ରିନ୍ସିପାଲ୍ ଷ୍ଟାଫ ଅଫିସର ଓ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ହେବେ ।

ଆସନ୍ତାକାଲି ଏହି ସମ୍ମିଳନୀକୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସମ୍ବୋଧିତ କରିବେ । ଏହାପୂର୍ବରୁ ସିଡିଏସ ମୁଖ୍ୟ ଜେନେରାଲ ବିପିନ ରାୱତ ଓ ତିନି ସେନା ମୁଖ୍ୟ ପ୍ରମୁଖ ସମ୍ମିଳନୀ ସମ୍ବୋଧିତ କରିବେ । ଅକ୍ଟୋବର 28 ରେ, ସେନାର କମାଣ୍ଡର ବିଭିନ୍ନ ଏଜେଣ୍ଡା ଉପରେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବେ ଏବଂ ଆଣ୍ଡାମାନ ଓ ନିକୋବର କମାଣ୍ଡର ସେନାଧ୍ୟକ୍ଷଙ୍କ ଦ୍ବାରା ଏକ ଗୁରୁତ୍ବପୂର୍ଣ୍ଣ ଅପଡେଟ ପ୍ରଦାନ କରାଯିବ। ଏହା ପରେ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ PSO ଦ୍ବାରା ସଂକ୍ଷିପ୍ତ ଅପଡେଟ ଦିଆଯିବ |

ସମ୍ମିଳନୀର ଶେଷ ଦିନରେ ସୀମାର ସଡକ ମହାନିର୍ଦ୍ଦେଶକ ସୀମା ସଡକ ସଙ୍ଗଠନ(ବିଆରଓ) ଦ୍ବାରା କରାଯାଇଥିବା ବିଭିନ୍ନ ଭିତ୍ତିଭୂମି ବିକାଶ ପ୍ରକଳ୍ପ ଉପରେ ସେନାଙ୍କୁ ସୂଚନା ଦେବେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.