ETV Bharat / bharat

ନଳକୂପ ଉପରେ ବିଦ୍ୟୁତ୍ ତାର ଛିଡି 4 ବାଳକ ମୃତ୍ୟୁ

ଗତ ଶୁକ୍ରବାର ସନ୍ଧ୍ୟାରେ ପେଟିୟାନ ଗ୍ରାମର ଚାରି ଜଣ ବାଳକ ନଳକୂପରେ ଗାଧୋଉଥିବା ସମୟରେ ବିଦ୍ୟୁତ ଖୁଣ୍ଟରୁ ତାର ଛିଡି 4 ଜଣ ବାଳକଙ୍କ ମୃତ୍ୟୁ ଘଟିଛି ।

author img

By

Published : Jun 22, 2019, 12:01 PM IST

ଫାଇଲ ଫଟୋ

ଲକ୍ଷ୍ନୌ: ଏମିତି ବି ମୃତ୍ୟୁ ଆସେ । ନଳକୂପରେ ଗାଧୋଉଥିବା ସମୟରେ ଏକ ବିଦ୍ୟୁତ୍ ତାର ଛିଡି ପଡିବାରୁ ଚାରି ଜଣ ବାଳକଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ସମ୍ବଲ ଜିଲ୍ଲାର ପେଟିୟାନ ଗ୍ରାମରେ । ତେବେ ମୃତ ବାଳକମାନେ ହେଲେ ବିଷ୍ଣୁ (11), ଶୁଭମ୍ (7), ଧର୍ମବୀର (11) ଏବଂ ଗଣେଶ(11) ।

ସୂଚନା ମୂତାବକ, ଗତ ଶୁକ୍ରବାର ସନ୍ଧ୍ୟାରେ ପେଟିୟାନ ଗ୍ରାମର ଏହି ଚାରି ଜଣ ବାଳକ ନଳକୂପରେ ଗାଧୋଉଥିବା ସମୟରେ ହଠାତ୍ ଇଲେକ୍ଟ୍ରି ଖୁଣ୍ଟରୁ ତାର ଛିଡି ନଳକୂପ ଉପରେ ପଡିଥିଲା । ଏହାପରେ ପେଟିୟାନ ଗ୍ରାମର ଜଣେ କୃଷକ ସେହିରାସ୍ତା ଦେଇ ଯାଉଥିବା ବେଳେ ବାଳକମାନଙ୍କୁ ଗୁରୁତର ଅବସ୍ଥାରେ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ଏହାପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ୍ ସରବରାହ ବନ୍ଦ କରିବା ସହ ପୋଲିସକୁ ଖବର ଦେଇଥିଲେ । ପରେ ଗୁରୁତର ଅବସ୍ଥାରେ ବାଳକଙ୍କୁ ସ୍ଥାନୀୟ ମେଡିକାଲ ନିଆଯାଇଥିଲା । ହେଲେ ମେଡିକାଲରେ ଡାକ୍ତର ବାଳକଙ୍କୁ ମୃତ ଘୋଷଣା କରିଥିଲେ ।

ଏପଟେ ପୋଲିସ ଶବ ଗୁଡିକୁ ବ୍ୟବଚ୍ଛେଦ ପାଇଁ ମେଡିକାଲୁ ପଠାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି । ତେବେ ଏଭଳି ଘଟଣାରେ ବିଦ୍ୟୁତ୍ ବିଭାଗର ଅବହେଳା ବାରି ହେଉଥିବା ବେଳେ ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ ଅଫିସର ରଣବୀର ସିଂ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.