ଭୋପାଳ: ମାଟି ଅତଡା ଖସି 4 ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ସେଓ୍ବାନିଆ ବରଖେଡି ଗାଁରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଦୀପାବଳି ପାଇଁ 7 ଜଣ ପିଲା ମାଟି ଆଣିବା ପାଇଁ ଗାଁ ନିକଟସ୍ଥ ଏକ ସ୍ଥାନକୁ ଯାଇ ମାଟି ଖୋଳିବା ସମୟରେ ଅଡଡା ଖସି ପଡିଥିଲା । ଫଳରେ ସମସ୍ତେ ନିକଟରେ ଥିବା ଏକ ନାଳରେ ପଡିଯାଇଥିଲେ ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ 4 ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତ ମୃତକଙ୍କ ବୟସ 7ରୁ 12 ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି । ସେପଟେ, 4 ଜଣଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସମବେଦନା ଜଣାଇବା ସହିତ 4 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।