ETV Bharat / bharat

ବିହାରରେ ବଜ୍ରପାତ, 24 ଘଣ୍ଟାରେ 108 ମୃତ - ନିମଡିହରା

କୋରୋନା ସଙ୍କଟ ମଧ୍ୟରେ ବିହାରରେ ବଜ୍ରପାତ । 24 ଘଣ୍ଟା ମଧ୍ୟରେ 108 ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ବିହାରରେ ବଜ୍ରପାତ,  24 ଘଣ୍ଟାରେ 38 ମୃତ
ବିହାରରେ ବଜ୍ରପାତ, 24 ଘଣ୍ଟାରେ 38 ମୃତ
author img

By

Published : Jun 25, 2020, 4:57 PM IST

Updated : Jun 25, 2020, 10:58 PM IST

ପାଟନା: ବିହାରରେ ଗତ 24 ଘଣ୍ଟା ମଧ୍ୟରେ ଝଡତୋଫାନ ଓ ବଜ୍ରପାତରେ 108 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷେ ଅନେକ ଲୋକ ଏହି ବଜ୍ରପାତ ପ୍ରଭାବରେ ଗୁରୁତର ଆହତ ହୋଇଛନ୍ତି ।

ବଜ୍ରପାତ ଯୋଗୁଁ ସବୁଠୁ ଅଧିକ ଗୋପାଳଗଞ୍ଜରେ 13 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସିଓ୍ବାନରେ 5 ଜଣଙ୍କର ଜୀବନ ଚାଲିଯାଇଛି । କିଶନଗଞ୍ଜର କୋଚାଧାମନ ଅଞ୍ଚଳର ବଲିୟା ଗାଁରେ ବୁଧବାର କ୍ଷେତକୁ କାମ କରିବାକୁ ଯାଇଥିବା ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛି । ମୋତିହାରିର ବେଲବତିୟା ଗାଁରେ ମଧ୍ୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ।

ସେହିପରି ରୋହତାସର କରଗହରର ନିମଡିହରାରେ ବଜ୍ରପାତ କାରଣରୁ ଗୋଟିଏ ପରିବାରର 4 ଜଣ ଗୁରୁତର ଆହତ ହୋଇଛନ୍ତି । ମଧୁବନୀର ଘୋଘରଡିହା ଥାନା ବେଲହା ଗାଁରେ ମଧ୍ୟ କ୍ଷେତରେ କାମ କରୁଥିା ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 25, 2020, 10:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.